ଖୋର୍ଦ୍ଧା ଅଞ୍ଚଳରୁ ୨୯ ଲକ୍ଷ ୫୦ ହଜାର ଟଙ୍କାର ଧଳା ଜହର ଜବତ

0
61

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରୁ ଶନିବାର ୨୯ ଲକ୍ଷ ୫୦ ହଜାର ଟଙ୍କାର ଧଳା ଜହର ଜବତ କରାଯାଇଛି। ରାଧା ମୋହନପୁର ଓ ମଠ ସାହି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ପରେ ଜବତ ହୋଇଛି ୨୯୫ ଗ୍ରାମ ବ୍ରାଉନ ସୁଗାର। ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କୁ ଜେରା କରାଯାଇଥିବା ଜଣା ଯାଇଛି। ଆଜି ସକାଳୁ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଖୋର୍ଦ୍ଧାର ଅବକାରୀ ବିଭାଗ ଚଢଉ କରି ପ୍ରାୟ ୨୯୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ମଠସାହି ଓ ଭାଲିଆଡିହି ଅଂଚଳରେ ଚଢଉ କରି ୨୯୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ରବୀନ୍ଦ ପ୍ରଧାନ ଓ କୃଷ୍ଣଚନ୍ଦ୍ର ପଲାଇଙ୍କୁ ଗିରଫ କରିଛି । ରବୀନ୍ଦ୍ର ଓ କୃଷ୍ଣଚନ୍ଦ୍ରଙ୍କ ଘରୁ ବ୍ରାଉନସୁଗାର ଜବତ ହୋଇଛି । ୮ ଦିନ ପୂର୍ବରୁ କୃଷ୍ଣଚନ୍ଦ୍ରଙ୍କ ଶାଶୁଙ୍କୁ ଏହି କାରବାରରେ ଲିପ୍ତ ଥିବାରୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here