ପ୍ରଦୁଷଣ,କଠିନ ବର୍ଜ୍ୟବସ୍ତୁ ଯୋଗୁଁ ଅତିଷ୍ଟ ହେଲେଣି ସୁବର୍ଣ୍ଣପୁର ସହରବ।ସୀ: ପୈ।ର ପରିଷଦକୁ ନିଦରୁ ଉଠେଇବ କିଏ ?

0
85

ସୁବର୍ଣ୍ଣପୁର:(ଶରତ ମହାପାତ୍ର)ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ପ୍ରଦୁଷଣ ବଢିବାରେ ଲାଗିଛି ।କଠିଣ ବର୍ଜ୍ୟବସ୍ତୁର ପରିଚାଳନା ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ବେଳେ ସାରା ସହରର ମଇଳା ଡ୍ରେନ ପାଣି ମହାନଦୀର ବିଭିନ୍ନ ଘାଟରେ ପଡୁଛି ।ପୌର ପରିଷଦ ପକ୍ଷରୁ ସ୍ବରେଜ ବ୍ୟବସ୍ଥା କରାଯାଉ ନ ଥିବାରୁ ଆବର୍ଜନାମୟ ହେଉଛି ମହାନଦୀ ଜଳ ।ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ସ୍ବରେଜ ବ୍ୟବସ୍ଥା କରାଯାଇ ମହାନଦୀକୁ ସ୍ବଛ ଜଳ ଛାଡିବାକୁ ଦାବୀ ହେଉଛି ।
ସୁବର୍ଣ୍ଣପୁରର ଜୀବନ ରେଖା ଚିରସ୍ରୋତା ମହାନଦୀ ।ଏହି ନଦୀ କୂଳରେ ଗଢି ଉଠିଛି ଏହି ପ୍ରାଚୀନ ସହର ସୁବର୍ଣ୍ଣପୁର ।କାହିଁ କେତେ ଦିନରୁ ଏହି ସହରବାସୀ ମହାନଦୀ ଜଳ ବ୍ୟବହାର କରି ଆସୁଛନ୍ତି ।ସ୍ନାନ ଶୌଚଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଯାପନରେ ଲୋକଙ୍କ ସାହା ଭରଷା ପାଲଟିଛି ଏଇ ମହାନଦୀ ।ହେଲେ ମହାନଦୀରେ ଜଳ ପ୍ରଦୁଷଣ ଦିନକୁ ଦିନ ବଢିବଢି ଚାଲିଛି । ଦିନକୁ ଦିନ ଆବର୍ଜନାମୟ ହେଉଛି ଏହି ନଦୀ ।ଲୋକେ ବ୍ୟବହାର କରୁଥିବା ପଲିଥିନ ,ପ୍ଲାଷ୍ଟିକ ଆଦି ମହାନଦୀର ବିଭିନ୍ନ ଘାଟରେ କୁଢ କୁଢ ହୋଇ ଜମା ହେଉଛି ।ସହରଯାକର ମଇଳା ଡ୍ରେନ ପାଣି ସିଧାସଳଖ ମହାନଦୀକୁ ଯାଉଥିବା ବେଳେ ମହାନଦୀ ଜଳ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ।ଲୋକେ ଦୂଷିତ ମହାନଦୀ ଜଳ ବ୍ୟବହାର କରି ନାନାଦି ରୋଗର ଶୀକାର ହେଉଛନ୍ତି ।ଗତ ଡିସେମ୍ବର 10 ତାରିଖରେ ସହରରେ ଜଳ ପ୍ରଦୂଷଣ ଯୋଗୁଁ ଦେଖା ଦେଇଥିବା ଡାଇରିଆରେ ଶହ ଶହ ଲୋକ ପୀଡିତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।ହେଲେ ଡାଇରିଆର କାରଣ ସରକାରୀ ଭାବେ କୁହା ଯାଇ ନ ଥିଲେ ହେଁ ଏହା ଜଳ ପ୍ରଦୂଷଣ ଯୋଗୁଁ ହୋଇଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।ଏହି ଜଳ ପ୍ରଦୂଷଣ ପାଇଁ ସହରବାସୀ ଦାୟୀ କରିଛନ୍ତି ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ।ଆବର୍ଜନାମୟ ସହରରେ ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବା ସହ ଦୂଷିତ ଜଳ ପାଇଁ ସ୍ବରେଜ ବ୍ୟବସ୍ଥା କରା ନ ଗଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବଳଦେବ ବେଦବାଗ ପୌର ପରିଷଦକୁ ଧମକ ଦେଇଛନ୍ତି ।
ସହରର ଦିଲବାହାଲପୁର ଠାରୁ ଆରମ୍ଭ କରି ଘୋଡାଘାଟପଡା ,ମଝିପଡା ,ଗଡଭିତର ,ବଡବଜାର ଆଦି ସାହିଗୁଡିକର 28 ଟି ନାଳରେ ଡ୍ରେନ ପାଣି ସିଧାସଳଖ ମହାନଦୀରେ ପଡୁଛି ।ବ୍ରିଜଘାଟ ,କଦମପଡାଘାଟ ,ଦଶମତିଘାଟ ଓ ତେନ୍ତୁଳିଘାଟରେ ଏହି ମଇଳା ପାଣି ପଡୁଥିବା ବେଳେ ଏହି ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି ।ସ୍ବରେଜ ବ୍ୟବସ୍ଥା ତିଆରି ପାଇଁ ଯେତେ ଯାହା ଆପତ୍ତି ଅଭିଯୋଗ କଲେ ବି ପୌର ପରିଷଦ ନୀରବ ରହୁଛି ।ଅପରପକ୍ଷରେ ସହରର ମଇଳା ପାଣିକୁ ସ୍ବଛ କରି ମହାନଦୀକୁ ଛାଡିବା ପାଇଁ ସର୍ଭେ କାର୍ଯ୍ୟ ସରିଥିବା ବେଳେ ତାହା କାର୍ଯ୍ୟକାରୀ କରିବା ପାଇଁ ପୌର ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ।
ପ୍ରଦୁଷଣମୁକ୍ତ ମହାନଦୀ ପାଇଁ ଏବେ ସାରା ରାଜ୍ୟରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଆଗେଇ ଆସୁଛନ୍ତି ।ହେଲେ ସୁବର୍ଣ୍ଣପୁରରେ ଦିନକୁ ଦିନ ମହାନଦୀରେ ପ୍ରଦୂଷଣ ବ୍ୟାପକ ହେଉଥିବା ବେଳେ ଶହ ଶହ ଲୋକେ ଡାଇରିଆରେ ଶୀକାର ହେଉଛନ୍ତି ।ଏଇ ସମୟରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ନୀରବ ରହିବା ପରିତାପର ବିଷୟ ।

LEAVE A REPLY

Please enter your comment!
Please enter your name here