ଝୁଲି ପଡ଼ିଲେ କଲେଜ ଛାତ୍ରୀ

0
129

ମାଲକାନଗିରି: ମେସ୍‌ରେ ଝୁଲି ପଡ଼ିଲେ ଜଣେ କଲେଜ ଛାତ୍ରୀ। ସେ ହେଉଛନ୍ତି ସ୍ନିଗ୍ଧା ମଣ୍ଡଳ। ତାଙ୍କ ଘର ଏମ୍‌ଭି-୫୦ରେ। ସେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢ଼ନ୍ତି।

ସ୍ନିଗ୍ଧା ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର। ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍‌ରେ ଗୋଟିଏ ରୁମ୍‌ରେ ରୁହନ୍ତି। ବୁଧବାର ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍‌ରେ ଥିଲେ। ସାଥୀମାନେ କଲେଜ ଫେରି ଦେଖନ୍ତି ସ୍ନିଗ୍ଧାଙ୍କ ଝୁଲନ୍ତା ମୃତଦେହ। ପରେ ସେମାନେ ଏ ସମ୍ପର୍କରେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here