ଡାକ୍ତରଖାନାରୁ ଖସିଗଲା କଏଦୀ,୨ ୱାର୍ଡର ନିଲମ୍ବିତ

0
33

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣେ ବିଚାରାଧୀନ କଏଦୀ ଶନିବାର ସକାଳେ ଚମ୍ପଟ ମାରିଛି। ଶୌଚ ହେବା ବାହାନାରେ ୨ ୱାର୍ଡରଙ୍କୁ ଚକ୍‌ମା ଦେଇ ଫେରାର୍‌ ହେବାରେ ସକ୍ଷମ ହୋଇଛି ଏହି କଏଦୀ। ଫେରାର୍‌ ହୋଇଥିବା ଏକଦୀ ହେଲେ ବଡ଼ସାହି ବ୍ଲକ୍‌ ବନ୍ତଳପଦା ଗ୍ରାମର କାହ୍ନୁଚରଣ ମାରାଣ୍ଡି। ଏହି ଘଟଣାରେ ଦୁଇ କାରାରକ୍ଷୀ ସତ୍ୟବ୍ରତ ବେହେରା ଓ ମାନସ ରଞ୍ଜନ ରାଉତଙ୍କୁ ଜେଲ ଅଧୀକ୍ଷକ ନିରଞ୍ଜନ ଦାସ ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, ଏକ ଦୁଷ୍କର୍ମ ମାମଲାରେ କାହ୍ନୁକୁ ଗିରଫ କରିଥିଲା ବାରିପଦା ପୋଲିସ୍‌। ଏହାପରେ କାହ୍ମୁ ଜଣେ ବିଚାରାଧୀନ କଏଦୀ ଭାବେ ବାରିପଦା ଜେଲ୍‌ରେ ରହୁଥିଲା। ଅସୁସ୍ଥତା କାରଣରୁ କାହ୍ନୁକୁ ଗତ ୬ ତାରିଖରେ ପିଆର୍‌ଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଶନିବାର ସକାଳେ ଶୌଚାଳୟ ଯିବା ବାହାନାରେ କାହ୍ନୁ ଫେରାର୍‌ ହୋଇଯାଇଛି। ଏନେଇ ବାରିପଦା ମଣ୍ଡଳ କାରାଗାର ପକ୍ଷରୁ ବାରିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। କାହ୍ନୁକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ଥାନା ଅଧିକାରୀ ଅଶୋକ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here