କୋଲକତାରେ ଗଡିବନି ବିଜେପି ରଥ: କାଲ୍‌କାଟା ହାଇକୋର୍ଟ

0
285

କୋଲ୍‌କାତା:ଶୁକ୍ରବାର ବିଜେପି ସଭାପତି ଅମିତ ଶାହ କୋଲ୍‌କାତାର କୋଚବେହରଠାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ଦଳକୁ ଝଟକା ଲାଗିଛି । ବିଜେପି ପକ୍ଷରୁ କୋଲ୍‌କାତାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ହେଁ ଏଥିରେ କେଁ ପୂରାଇଛନ୍ତି କାଲ୍‌କାଟା ହାଇକୋର୍ଟ। ଗୁରୁବାର ହାଇକୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଅନୁମତି ଦେବା ସକାଶେ ମନା କରିଦେଇଛନ୍ତି। ଏହି ପ୍ରସ୍ତାବିତ ରଥଯାତ୍ରା ରାଜ୍ୟରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାର ଆଶଙ୍କା ପ୍ରକଟ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏନେଇ ଅବଗତ କରାଇଥିଲେ। ତେଣୁ ପଶ୍ଚିମବଙ୍ଗର ଆଡ୍‌ଭୋକେଟ୍‌ ଜେନେରାଲ୍‌ କିଶୋର ଦତ୍ତା କହିଛନ୍ତି ଯେ ପଶ୍ଚିମବଙ୍ଗର କୁଚ ବେହାରଠାରୁ ଆରମ୍ଭ ହେବାକୁ ଥିବା ରଥଯାତ୍ରା ପାଇଁ ଏସ୍‌ପିଙ୍କୁ ଅନୁମତି ମିଳିନାହିଁ। ଶାହ ତିନିଟି ରଥକୁ ନେଇ କୁଚ ବେହାରଠାରୁ ଗଣତନ୍ତ୍ର ବଞ୍ଚାଅ ରାଲି ଆରମ୍ଭ କରିବାର ଥିଲା। ତେବେ ଏଥିପାଇଁ କାଲ୍‌କାଟା ହାଇକୋର୍ଟ ଅନୁମତି ନ ଦେବା ଫଳରେ କୋର୍ଟଙ୍କ ଏପରି ରାୟ ବିରୋଧରେ ବିଜେପି ଡିଭିଜନ୍‌ ବେଞ୍ଚ୍‌ରେ ଅପିଲ୍‌ କରିବ ବୋଲି ଜଣାପଡ଼ିଛି। କଲିକତା ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ବିଜେପି ଡିଭିଜନ୍‌ ବେଞ୍ଚଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି । ବିଜେପି ରଥାଯାତ୍ରା କରିବାକୁ ଚାହୁଁଥିବେ ବେଳେ କ୍ଷମତାସୀନ ଟିଏମ୍‌ସି ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ । ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ।

ଦତ୍ତା କହିଛନ୍ତି ଯେ ରାଜ୍ୟରେ ନିୟମିତ ଭାବେ ସାଂପ୍ରଦାୟିକ ହିଂସା ଘଟିବାର ପୂର୍ବରୁ ଏକାଧିକ ନଜିର ରହିଛି। ତା’ଛଡ଼ା ଶାହଙ୍କ ରଥଯାତ୍ରା ସମୟରେ କେତେକ ସାଂପ୍ରଦାୟିକ ହିଂସା ସୃଷ୍ଟି ଦିଗରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷ ସକ୍ରିୟ ହେବେ ବୋଲି ସ୍ବତନ୍ତ୍ର ସୂତ୍ରରୁ ସୂଚନା ମିଳିବା ପରେ ରାଜ୍ୟ ସରକାର ପ୍ରତିକାରମୂଳକ ପଦକ୍ଷେପ ଭାବେ ଏହି ରଥଯାତ୍ରାକୁ ଅନୁମତି ନ ଦେବାକୁ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ କୋର୍ଟଙ୍କ ରାୟ ସମ୍ବେଦନଶୀଳ ହୋଇଥିବାରୁ ଏ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିବା ଉଚିତ ନୁହେଁ ବୋଲି ଦତ୍ତା କହିଛନ୍ତି।

LEAVE A REPLY

Please enter your comment!
Please enter your name here