ଆଜି ସମସ୍ତ ଜିଲ୍ଲାରେ ବିକ୍ଷୋଭ, ପ୍ରତିବାଦ ସଭା ଓ କୁଶପୁତଳିକା ଦାହ କରିବ ବିଜେପି ମହିଳା ମୋର୍ଚ୍ଚା

0
40

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମ ଗୁଡିକରେ ଯୌନ କେଳେଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣ ରାଜ୍ୟ ସରକାର ପ୍ରୋତ୍ସାହନରେ ଚାଲିଛି । ଏହାର ପ୍ରତିବାଦରେ ତୁରନ୍ତ ସେଲଟର ହୋମଗୁଡିକୁ ବନ୍ଦ କରିବା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବି କରି ଶୁକ୍ରବାର ଠାରୁ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ସଦର ମହକୁମାଠାରେ ବିକ୍ଷୋଭ, ପ୍ରତିବାଦ ସଭା ଓ କୁଶପୁତଳିକା ଦାହ କରିବ ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଶ୍ରୀମତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଏପରି ସେଲଟର ହୋମ ରାଜ୍ୟର ୨୬ଟି ସ୍ଥାନରେ ବେଆଇନ ଭାବେ ଚାଲୁଥିଲା । ସେଥିରେ ୧୫ଟିକୁ ଖୋଦ୍ ରାଜ୍ୟସରକାରଙ୍କ ଅନୁମତି ମିଳିଥିଲା । ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟସରକାରଙ୍କ ବିନା ଅନୁମତିରେ ଏପରି ହୋମ୍ ଚାଲିଛି ବୋଲି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ର ନଜରକୁ ଆସିଥିଲା । ସରକାରୀ ସୁରକ୍ଷାରେ ଏପରି କାମ କିପରି ଚାଲିଥିଲା ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି । ଘଟଣାରେ ତଦନ୍ତ ପରିସରଭୃକ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here