ସୋସିଆଲ ମିଡ଼ିଆରୁ ନେଇ ଅଭିନେତ୍ରୀ ବନ।ଇଲେ ପପୁ ପମପମ୍

0
362

ଭୁବନେଶ୍ୱର : ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘ ଦିନ ହେବ ଓଲିଉଡରୁ ଦୂରେଇ ରହିଥିବା ପପୁ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି । ଏବେ କମେଡି କିଙ୍ଗ୍ ପପୁ ପମପମ ସମ୍ପୂର୍ଣ ଭ।ବରେ ସୁସ୍ଥ ହୋଇ ଯ।ଇଛନ୍ତି । ପପୁ ଏବେ ଆଉ ଅଭିନେତା ହିସ।ବରେ ନୁହଁ ଚିରକୁଟ ନାମକ ଏକ ଓଡିଆ ଚଳଚ୍ଚିତ୍ର ସେ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ନିଜେ ପପୁ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ସଙ୍ଗୀତ ନିର୍ଦ୍ଦେଶନା ଦେବେ । ପପୁ ସମ୍ପୂର୍ଣ୍ଣ ଦେଶୀ ଲଭଷ୍ଟୋରୀକୁ ନେଇ ଫିଲ୍ମ ଚିରକୁଟ ନିର୍ମାଣ କରୁଛନ୍ତି । ଯାହାର ଶୁଭମହୁରତ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖନୀୟ କଥା ହେଉଛି ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ପପୁ ଏହି ଚଳଚିତ୍ର ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ ହିରୋ ରୋଲରେ ନଜର ଆସିବାକୁ ଥିବା ଅଭିନେତା ଜଣକ ପୂର୍ବରୁ ଥିଏଟରରେ ଅଭିନୟ କରିଥିବା ବେଳେ ହିରୋଇନଙ୍କୁ ସୋସିଆଲ ମିଡିଆରୁ ଖୋଜି ପାଇଛନ୍ତି ପପୁ ଯ।ହ। ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ଚଳଚ୍ଚିତ୍ରରେ ବହୁ ନୁଆମୁହଁ ଦେଖି ବ।କୁ ମିଳିବ ।ଏହାର ପ୍ରଯୋଜନା ଭାର ନେଇଛନ୍ତି ବିଶିଷ୍ଟ ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଗତ କିଛି ମାସ ପୂର୍ବରୁ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ ପପୁ ପମପମ । ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇ ଏବେ ପୁଣିଥରେ ଓଲିଓଡ଼ରେ ଜବରଦସ୍ତ ଏଣ୍ଟ୍ରି ମ।ରିଛନ୍ତି ।

LEAVE A REPLY

Please enter your comment!
Please enter your name here