ରାଉରକେଲା ଏନ୍‌ଆଇଟିରେ ଭୟାବହ ଅଗ୍ନିକାଣ୍ଡ

0
15

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏନ୍‌ଆଇଟିର ଓ୍ୱାର୍କ୍ସ ଏଣ୍ଡ୍‌ ପର୍ଚେଜ୍ ଡିପାର୍ଟମେଣ୍ଟ୍‌ରେ ନିଆଁ ଲାଗିଯିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶଟ୍‌ଶର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏନ୍‌ଆଇଟି ନିର୍ଦେଶକ ଏକ ୭ ଜଣିଆ ଟିମ୍‌ ଗଠନ କରି ଅଗ୍ନିକାଣ୍ଡ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୨ଟା ୧୫ ମିନିଟ୍‌ ସମୟରେ ଏନ୍‌ଆଇଟିର ଓ୍ଵାର୍କ୍‌ସ ଏଣ୍ଡ ପର୍ଚେଜ୍‌ ବିଭାଗ କୋଠାରେ ହୁତୁହୁତୁ ହୋଇ ନିଆଁ ଜଳି ଉଠିଥିଲା। ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବପତ୍ର ସହ ଅନେକ କମ୍ପ୍ୟୁଟର ମଧ୍ୟ ପୋଡ଼ିଯାଇଛି। ତେବେ ଏହି ଅଗ୍ନିକାଣ୍ଡ ପଛରେ ଆତ୍ମଘାତୀ କାର୍ଯ୍ୟ ସନ୍ଦେହ କରାଯାଉଛି। ତେବେ କେହି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି ଏନ୍‌ଆଇଟି ନିର୍ଦେଶକ ଅନିମେଶ ବିଶ୍ବାସ। ଏଥିସହ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here