ଯାଜପୁର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ କଲୋନୀରେ ଭିଜିଲାନ୍ସ ଚଢାଉ

0
45

ଯାଜପୁର: ଯାଜପୁର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ କଲୋନୀରେ ଭିଜିଲାନ୍ସ ଚଢାଉ ଚାଲିଛି। ଟାଟା ଖଣି ଚେକ ଗେଟରେ କାର୍ଯ୍ୟରତ କିରାଣୀ ଚିନ୍ମୟ ବେହୁରା ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ତରଫରୁ ଯାଞ୍ଚ ଚାଲିଛି। ଭିଜିଲାନ୍ସ ଡିଏସପି ବନମାଳି ଧଳ ଓ ଇନ୍ସପେକ୍ଟର ଅନୁସୂୟା ସେନାପତି ଏହାର ନେତୃତ୍ୱ ନେଉଛନ୍ତି। ଚିନ୍ମୟ ବେହୁରାଙ୍କ ସମ୍ପୃକ୍ତି ଥିବା ଅନ୍ୟ ୪ଟି ସ୍ଥାନରେ ମଧ୍ୟ ଚଢାଉ ଚାଲିଛି। ଚିନ୍ମୟଙ୍କ ସୁକିନ୍ଦାରେ ଥିବା ଘର, କାଳିଆପାଣି ଟାଟା ମାଇନ୍ସ କାର୍ଯ୍ୟାଳୟ, କାଳିଆପାଣି କ୍ବାଟର, ଚାନ୍ଦବାଲି ଚାଦିଆସ୍ଥିତ ତାଙ୍କ ଶ୍ବଶୁର ଘର ଉପରେ ଚଢାଉ ଜାରି ରହିଛି। ଏଥିରେ ୪ ଜଣ ଡିଏସପି ପାହ୍ୟାର ଅଧିକାରୀ ନିୟୋଜିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here