ଆଜିଠୁ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ‘ଡାଡି

0
27

ଢେଙ୍କାନାଳ:ଢେଙ୍କାନାଳର ବେଲଟିକିରି ସେଲଟର୍‌ ହୋମ୍‌ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ସଂସ୍ଥା ମୁଖ୍ୟ ଫୟାଜ୍‌ ରେହମାନ ଓରଫ ଡାଡିଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର୍‌ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍‌ଟର୍‌ ହୋମ୍‌ରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ପୁଲିସ୍‌।ଗତକାଲି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ସେଲ୍‌ଟର୍‌ ହୋମ ମୁଖ୍ୟ ଫୟାଜ ରେହମାନ୍‌ଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।ସେଲଟର୍‌ ହୋମରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଖବର ପଦାକୁ ଆସିବା ପରେ ସରକାର ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here