ଆଜି ଜଗନ୍ନାଥ ମନ୍ଦିରରେ ପୋଲିସ ଜୋତା ପିନ୍ଧି ପ୍ରବେଶ କରିବା,ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ,ପୋଲାଭରମ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । 

0
32

ନୂଆଦିଲ୍ଲୀ : ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଜବାବ ରଖିବ ଛତିଶଗଡ଼ । ଅକ୍ଟୋବର ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ଏକ ଆବେଦନ ଦାଖଲ କରାଯାଇଥିଲା । ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲଗାଇବା ତଥା ମହାନଦୀ ଜଳଭଣ୍ଡାର ଜଳକୁ କେତେ ପରିମାଣ ବ୍ୟବହାର କରିବ ସେ ନେଇ ଅନ୍ତରୀଣ ଆଦେଶ ଜାରି କରିବା ପାଇଁ ରାଜ୍ୟ ସରକାର ଆବେଦନରେ ଉଲ୍ଲେଖ କରିଥିଲେ । ଅନ୍ୟପଟେ ଜଗନ୍ନାଥ ମନ୍ଦିରରେ ପୋଲିସ ଜୋତା ପିନ୍ଧି ପ୍ରବେଶ କରିବା ମାମଲାରେ ସିବିଆଇ ତଦନ୍ତ ଦାବିକରି ଗତମାସରେ, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିଟ୍ ପିଟିସନ ଉପରେ ଆଜି ଶୁଣାଣି ହେବ । ସେହିପରି ପୋଲାଭରମ ପ୍ରସଙ୍ଗରେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଏସ୍ ଏ ନଜିରଙ୍କ ଖଣ୍ଡପୀଠ ପୋଲାଭରମ ପ୍ରକଳ୍ପ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି ।

LEAVE A REPLY

Please enter your comment!
Please enter your name here