ନବ ଦଳ ଛ।ଡିବେ ! ମ।ଟି ପ।ଇଁ ନ। ପ।ର୍ଟି ପ।ଇଁ

0
434

ଝାରସୁଗୁଡ଼ା :ନବ ଦ।ସ ଦଳ ବଦଳେଇବେ ଏକଥ। ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପ।ଲଟିଛି ଝ।ରସୁଗୁଡ଼। ର।ଜନୀତି ରେ ଏଥିରେ କେତେ ସତ୍ୟତା ଅଛି ତ।ହ। ଏବେ ଧିରେ ଧୀରେ ସ।ମନ।କୁ ଆସିବ।ରେ ଲ।ଗିଛି । ଶ୍ରୀ ଦାସ ତାଙ୍କ ଦଳ ପରିବର୍ତ୍ତନ ନେଇ କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି ଓ ସହଯୋଗ ଲୋଡି ସାନି ଅଭିଯାନ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସେ ଯେଉଁ ଦଳକୁ ଯିବେ ସେଠାରେ କିପରି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିବ ତାର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରି ସାରିଲେଣି। କିନ୍ତୁ କାହିଁକି କଂଗ୍ରେସ ଛାଡିବେ, ଛାଡିଲେ େକଉଁ ଦଳରେ ଯୋଗଦେବେ, େସ ନେଇ କିନ୍ତୁ ମୁହଁ େଖାଲୁନାହାନ୍ତି। ମାଟିର ସ୍ବାର୍ଥ କଥା ଉଠାଇ ଏସଂକ୍ରାନ୍ତ ସମସ୍ତ ପ୍ରଶ୍ନକୁ ଏଡାଇ ଯାଉଛନ୍ତି। ନବଦାସ ବିଜେଡିର ଯୋଗଦେବେ ବୋଲି ତାଙ୍କ ନିକଟତମ ମହଲରେ ଆଲୋଚନା ଚାଲୁଥିବା ବେଳେ ଖୋଦ ନବଦାସ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି।ଲୋକଙ୍କ ସାଙ୍ଗରେ ସେ ଓ ଝାରସୁଗୁଡା ଭୋଟରଙ୍କ ମତରେ ଆବଶ୍ୟକ ହେଲେ ଦଳ ପରିବର୍ତ୍ତନ ହୋଇପାରେ ବୋଲି କହୁଛନ୍ତି।

ବଡ଼ କଥା ହେଲା, ନବ ନିକଟରେ ତାଙ୍କ ପୁତ୍ର ବିଶାଳ ଦାସଙ୍କୁ ରାଜନୀତିକୁ ଆଣିଛନ୍ତି। ବିଶାଳ ଅଧୁନା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଂଗଠନର ସଂପୂର୍ଣ୍ଣ ନିୟନ୍ତ୍ରଣ ନବଙ୍କ ହାତରେ ରହିଛି। ଅତଏବ ସେ ଯଦି କଂଗ୍ରେସ ତ୍ୟାଗ କରନ୍ତି ତେବେ ଦଳବଳ ନେଇ ଅନ୍ୟଦଳରେ ଯୋଗ ଦେବାର ସମ୍ଭାବନା ଅଧିକ। ଏପରିସ୍ଥିତିରେ ଝାରସୁଗୁଡାରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ନବଙ୍କ ଦଳ ଛାଡିବା ଜାଣିବା ପରେ କଂଗ୍ରେସ ମଧ୍ୟ ନିଜ ଗଡକୁ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଙ୍କୁ ଗ୍ରୀନ ସିଗନାଲ ଦେଲାଣି ଦଳ। ଯାହାଫଳରେ ହେମାନନ୍ଦ ବିଶ୍ଵାଳ ଗତ ୨୮ ତାରିଖରେ ପୁରାତନ ବୟୋଜ୍ୟେଷ୍ଠ କଂଗ୍ରେସ କର୍ମୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ହାତିଆନାଲା ଠାରେ ଏକ ସଭାର ଆୟୋଜନ କରି ନିଜର ଭିତ୍ତିଭୂମି ର ଶୁଭ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବଙ୍କ ସଂପର୍କ ନେଇ ପୂର୍ବରୁ ଚର୍ଚ୍ଚା େହାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଏହାର ଝଲକ ବି ଝାରସୁଗୁଡାବାସୀ େଦଖିଛନ୍ତି। ଗତକିଛି ଦିନ ଧରି ନବ ଯାହା କହୁଥିଲେ ସରକାର ତାକୁ ପୂରଣ କରିଆସିଛନ୍ତି। ଏଣୁ କେହି କିଛି ମୁହଁ ନ ଖୋଲିଲେ ବି ନବ ବିେଜଡିରେ ଯୋଗଦେବା ସମ୍ଭାବନା ଅଧିକ େବାଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି।

ପ୍ରଶ୍ନ ଉଠୁଛି, ନବ ଯଦି ବିଜେଡ଼ିକୁ ଯାଆନ୍ତି ତେବେ ଜିଲ୍ଲା ବିଜେଡ଼ିର ନେତୃତ୍ବ ନେଇଥିବା ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ କଣ େହବ? କିଶୋର ଓ ନବଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଏମିତି ଯେ, ଉଭୟଙ୍କୁ କେବେ ମଧ୍ୟ ଗୋଟିଏ ମଞ୍ଚରେ ଦେଖା ଯାଇନାହିଁ। କିଶୋରଙ୍କ ସମର୍ଥକମାନେ ନବଙ୍କୁ ବିରୋଧ କରି ଆସୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ନବ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସନ୍ତି ତେବେ କିଶୋର-ନବ ଏକାଠି େହବେ ନା କିେଶାର ଆଉ କିଛି ନିଷ୍ପତ୍ତି ନେବେ?
ନବଙ୍କ ଦଳବଦଳ ସଂପର୍କରେ କିଶୋର ମହାନ୍ତି ଆଜି ମୁହଁ ଖୋଲିଛନ୍ତି। କହିଛନ୍ତି, ନବ ବିଜେଡ଼ିକୁ ଆସିବା ନେଇ ଜିଲ୍ଲା ସଭାପତି ଭାବରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ନବ ଯେଉଁ ପାର୍ଟିରେ ମାଟିର ସେବା କରିବାକୁ ସୁଯୋଗ ପାଇଥିଲେ ହଠାତ୍ ସେହି ପାର୍ଟିକୁ ଏତେ ହତାଦର କରୁଛନ୍ତି କାହିଁକି ବୋଲି କିଶୋର ଓଲଟା ପ୍ରଶ୍ନ କରିଛନ୍ତି।

ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ । ନିକଟରେ ବିଜେପି ଛାଡିଥିବା ବିଜେପି ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଏହି ଦିନ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ସମ୍ଭବତଃ ନବ ଦାସ ମଧ୍ୟ ଏହି ଦିନ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ଝାରସୁଗୁଡା ନିର୍ବାଚନମଣ୍ଡଳିରେ ନବ ଦାସଙ୍କ ପାରଂପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡିର କିଶୋର ମହାନ୍ତି ରହିଛନ୍ତି । ତେବେ କିଶୋରଙ୍କୁ ରାଜ୍ୟସଭା ବା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭଳି ପଦବୀ ପ୍ରଦାନ କରି ବିଜେଡି ସନ୍ତୁଷ୍ଟ କରିପାରିବ । ତେଣୁ ନବଙ୍କୁ ବିଜେଡି ଝାରସୁଗୁଡା ଆସନରୁ ପ୍ରାର୍ଥୀ କରାଇବାରେ ବିଶେଷ ସମସ୍ୟା ନାହିଁ ।

LEAVE A REPLY

Please enter your comment!
Please enter your name here