ବୋହୂକୁ ପୋଡି ମାରିଦେବାକୁ ଶାଶୁଘରଲୋକଙ୍କ ଉଦ୍ୟମ

0
40

ମାର୍ଶାଘାଇ;  ବୋହୂକୁ ପୋଡି ମାରି ଦେବାକୁ ଶାଶୁଘର ଲୋକ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ବୋହୂକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି  ଏଭଳି ଅଭାବନୀୟ ଘଟଣା ଘଟିଛି ମାର୍ଶାଘାଇ ଥାନା ଅନ୍ତର୍ଗତ ଟିକିରି ବାଲିସୁଆଁ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଯୌତୁକ ଯୁଇରେ ବୋହୁ କୁ ଜଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।  ବାଲିସୁଆଁ ଗ୍ରାମର ନିର୍ମଳ ସ୍ୱାଇଁ ଙ୍କ ପତ୍ନୀ ଭାରତୀ ସ୍ୱାଇଁ ଙ୍କୁ ଗତକାଲି ବିଳମ୍ବିତ ରାତିରେ ହାତଗୋଡ଼ ବାନ୍ଧି କିରୋସିନୀ ଢ଼ାଳି ନିଆଁ ଲଗାଇ ଦିଆଯାଇଥିବା ନିଯେ ଭାରତୀ ଅଭିଯୋଗ କରିଛନ୍ତି । ୩ ବଖରା ଘର ଜଳିଯିବା ସହ ଭାରତୀଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି । ପ୍ରଥମେ ତାଙ୍କ ମାର୍ଶାଘାଇ ହସପିଟାଲ  ଓ ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ନିଆଯାଇଥିବାବେଳେ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମାର୍ଶାର୍ଘାଇ ଥାନା ଆଇଆଇସି କାଳନ୍ଦି ବେହେରା ଘଟଣାର ତଦନ୍ତ ଆରମ୍ଭ କରି ଭାରତୀ ଙ୍କ ଶାଶୁ, ଶ୍ୱଶୁର ଓ ୨ ନଣନ୍ଦଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡ଼ିଛି । ମହିଳାଙ୍କ ସ୍ବାମୀ ବାଙ୍ଗାଲୋରରେ ଚାକିରି କରିଛନ୍ତି । ପୂର୍ବରୁ ଯୌତୁକ ନେଇ ଭାରତୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ଗ୍ରାମରେ ସମାଧାନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here