ଟ୍ରାନ୍ସଫରମର ସହ ଜଳିଗଲେ ବିଦ୍ୟୁତ କର୍ମଚାରୀ

0
1080

ବେଲପାହାଡ:ରେଙ୍ଗାଲି ଅଂଚଳରେ ଏକ ଟ୍ରାନ୍ସଫର୍ମରରେ ଫୁ୍ୟଜ ବାନ୍ଧିବା ବେଳେ ଜଣେ ବିଦୁ୍ୟତ କର୍ମଚାରୀ ଜଳିଯାଇଛନ୍ତି । ସୋମବାର ସକାଳ ସାଢେ ୮ଟାରେ ଜଣେ ଲାଇନ୍‌ମ୍ୟାନ ଟ୍ରାନ୍ସଫର୍ମରରେ ଜର ବାନ୍ଧୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ଲାଇନ୍‌ମ୍ୟାନ ଜଣଙ୍କ ହେଲେ କାହ୍ନୁଚରଣ ସାହୁ(୨୫)ଘର ଛତିଶଗଡ ସରିଆ ଗ୍ରାମରେବୋଲି ଜଣାପଡିଛି।  ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି । ଏନେଇ ଉତ୍ତେଜିତ ଅଞ୍ଚଳବାସୀ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ଓ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରି, କନିଷ୍ଠଯନ୍ତ୍ରୀ ଓ କେତେକ ଲାଇନ୍‌ମ୍ୟାନ୍‌ଙ୍କୁ ଅନ୍ୟତ୍ର ବଦଳି ଆଦି ଦାବିରେ ପଞ୍ଚଗାଁ ଛକରେ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତିିା ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛିା ଖବରପାଇ ଲଖନପୁର ତହସିଲଦାର ୍ଯଯୋସ୍ନତ୍ାରାଣି ସାହୁ, ବ୍ରଜରାଜନଗର ଏସ୍‌ଡିପିଓ ରାମପ୍ରସାଦ ସାହୁ, ରେଙ୍ଗାଲି ଥାନା ଆଇଆଇସି ପ୍ରତାପ ରଣା ପ୍ରମୁଖ ପୋଲିସ୍‌ ଅଧିକାରୀ ଘଟଣା ସ୍ଥଳରେ ପହଁଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତିି

LEAVE A REPLY

Please enter your comment!
Please enter your name here