ପାଲଲହଡା ବିଧାନସଭା ଆସନରୁ ଲଢିବେ ଧର୍ମେନ୍ଦ୍ର ପ୍ରଧାନ

0
281

ଭୁବନେଶ୍ବର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢିବେ । ଏଭଳି ସଙ୍କେତ ଦେଇଛନ୍ତି ନିଜେ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାଲଲହଡ଼ାରୁ ସେ ପ୍ରତିଦ୍ୱନ୍ଦିତା କରିବେ । ଏଥିନେଇ ତାଙ୍କୁ ଅଧିକ ଭୋଟ ଦେଇ ପୂର୍ବପରି ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । କାରଣ ଲୋକଙ୍କ ଆଶୀର୍ବାଦ କମିଯିବାରୁ ସେ ପରେ ହାରିଯାଇଥିଲେ । ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଯାଇ ଭାଷଣ ଦେଲାବେଳେ ଲୋକଙ୍କୁ ଏଥର ପାଲଲହଡାରୁ ବିଜୟ କରାଇବାକୁ ସେ ଲୋକଙ୍କଠାରୁ ଆଶୀର୍ବାଦ ମାଗିଛନ୍ତି । ନିଜ ଭୁଲ ପାଇଁ ହିଁ ପାଲଲହଡା ନିର୍ବାଚନମଣ୍ଡଳୀରୁ ଅତୀତରେ ସେ ନିର୍ବାଚନ ହାରିଥିବା ଲୋକଙ୍କ ନିକଟରେ ସ୍ବୀକାର କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here