ଦ।ମଙ୍କ ଅକ।ଟ୍ୟ ଯୁକ୍ତି ଏବେବି ମୁଁ ବିଜେଡ଼ିରେ ଅଛି

0
445

 

ଭୁବନେଶ୍ୱର: ପ।ର।ଦୀପ ବିଧାୟକ ତଥ। ପୂର୍ବତନ ମନ୍ତ୍ରୀ ଦ।ମଦୋର ର।ଉତ ଆଜି ଏକ ଅକ।ଟ୍ୟ ଯୁକ୍ତି ବ।ଢିଛନ୍ତି ସେ କହିଛନ୍ତି ମୁଁ ଏବେବି ବିଜେଡ଼ି ଦଳରେ ଅଛି କ।ରଣ ମୋତେ ଦଳ ଲିଖିତ ଭ।ବରେ କିଛି ଜଣ।ଇ ନ।ହିଁ । ଯ।ହ। ମୁହଁରେ ଗଣମାଧ୍ୟମ ଆଗରେ ଦଳ ଯ।ହ। କହିଛି । ଅନ୍ୟପଟେ ଦାମୋଦର ରାଉତ ଇତିମଧ୍ୟରେ ବିଜୁ ଜବତା କ୍ରାନ୍ତୀ ନାମରେ ଏକ ନୂତନ ଦଳ ଆଂଚଳିକ ଦଳ ଗଠନ କରିସାରିଲେଣି । ଏ ବିଷୟ ମଧ୍ୟ ସେ ନିଜେ ଘୋଷଣା କରିଛନ୍ତି । କିନ୍ତୁ ବର୍ତ୍ତମାନ କହୁଛନ୍ତି ଏବେ ବି ସେ ବିଜେଡିରେ ଅଛନ୍ତି । ଆଉ ଯେଉଁ ଦିନ ବହିଷ୍କାର ନୋଟିସ ପାଇବେ କୋର୍ଟକୁ ଯିବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ନିଜେ ସାମ୍ବାଦିକ ସମ୍ମିଳନୀ ଡାକି ଦଳ ଗଠନ ନେଇ ଘୋଷଣା କରିବା ପରେ ବିଜେଡିର ସଦସ୍ୟ ଥିôବା ଦାବି କରିବା ହାସ୍ୟାସ୍ପଦ ବୋଲି ଆଲୋଚନା ହେଉଛି ।

ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଓଲଟା ପ୍ରଶ୍ନ କରି କହିଛନ୍ତି ମୋତେ ଦଳରୁ ବହିଷ୍କୃତ କଲେ ବୋଲି କେହି କିଛି ଲେଖିକି ଦେଇଛନ୍ତି ଯେ, ତମକୁ ଦଳରୁ ବହିଷ୍କାର କରାଗଲା । ନବୀନ ପଟ୍ଟନାୟକଙ୍କୁ ଯାଇ ପଚାରିଲ? ତୁଣ୍ଡରେ ଖାଲି କହିଛନ୍ତି ବହିଷ୍କାର କରିଛନ୍ତି । ଆଉ ମୋତେ ଯଦି ଲେଖିକି ଦିଅନ୍ତେ ମୁଁ ସେ ଦଳର ସଭ୍ୟପଦରୁ ଇସ୍ତଫା ଦିଅନ୍ତି । ମୁଁ କାହିଁକି ଇସ୍ତଫା ଦେଉନି । କାରଣ ଦଳରୁ ବହିଷ୍କାର କରିଥିବା ନେଇ ମୋତେ କେହି ଲେଖିକି ଦେଉନାହାଁନ୍ତି । ମୁଁ ବିଧାୟକ ଥିଲି ଆଉ ଅଛି । ମୋତେ ଖାଲି ତାଙ୍କ ସାଙ୍ଗରେ ମିଶାଉନାହାଁନ୍ତି । ସେ ନ ମିଶେଇଲେ ମୋର ଚିନ୍ତାନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି ।ଯେହେତୁ ମୋର ୪୦ ବର୍ଷର ସମ୍ପର୍କ ଏଠି । ଏଠି କିଛିଦିନ ପୂର୍ବରୁ ଦେବାଶିଷ ସାମନ୍ତରାୟ ଆସି ଜନସମ୍ପର୍କ ସମାବେଶ ନାଁରେ ଗୁଡ଼ିଏ ମିଛ ଭ।ଷଣ ଗପି ଦେଇ ଯ।ଇଛନ୍ତି ।୪୦ଟା ଖଣ୍ଡେ ୪ ଚକିଆ ଗାଡ଼ି, ୨୦୦ ଖଣ୍ଡେ ମଟରସାଇକେଲରେ ପ୍ରସେସନ କଲେ କଣହେବ ସଭା କଲା ବେଳକୁ ଲୋକେ ୩୦୦/୪୦୦ ଲୋକ ହେଉ ନ।ହଁ।ନ୍ତି ।ମୋ ବିରୋଧରେ ଅନେକ କଥା କହିଛନ୍ତି । ସାଂସଦ ମଧ୍ୟ ତ।ଙ୍କ କଥ।ରେ ସମ୍ମତି ଜଣ।ଇଛନ୍ତି ।ଏକଥ। ଲୋକମାନେ ମୋତେ ଯାଇ କହିଲେ ସେମାନେ ଆସି ଆପଣଙ୍କ ନଁ।ରେ ଏଣୁତେଣୁ କହୁଛନ୍ତି । ମୋତେ ନିମନ୍ତ୍ରଣ କରି ଯାଇଛନ୍ତି ଆପଣ ଚାଲନ୍ତୁ ଆମର ଗୋଟେ ମିଟିଂ ହେବ । ମୁଁ ତାଙ୍କୁ କହିଲି ସେଇ ୩/୪ଟି ପଞ୍ଚାୟତର ଲୋକଙ୍କର ମିଟିଂ କରିବ ବାହାରୁ ଗାଡ଼ି ଭଡ଼ା କରି ଲୋକ ଆଣିବନି ନହେଲେ ମୁଁ ଯିବିନି । ସେ ମିଟିିଂଟା ହୋଇଥିଲା, ମୁଁ ଆସିଥିଲି । ଆପଣମାନେ ତ ଦେଖିଲେ । ମୋର ୪୦/୪୨ ବର୍ଷର ସମ୍ପର୍କ ଲୋକଙ୍କ ସହିତ । ସେ ସମ୍ପର୍କକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ମୁଁ ଆସିଥିଲି । ମୁଁ ଦେଖି ବ।କୁ ଆସିଥିଲି ଲୋକମାନେ ମୋତେ ପୂର୍ବ ଭଳି ଭଲ ପାଉଛନ୍ତି କି ମନରୁ କ।ଢି ଦେଇଛନ୍ତି । ମୁଁ ଦେଖିବା ପାଇଁ ଆସିଥିଲି, ମୁଁ ଦେଖିଲି ଲୋକମାନେ ମୋତେ ଯେମିତି ଭଲ ପାଉଥିଲେ ସେମିତି ଭଲ ପାଉଛନ୍ତି । ଲୋକମାନଙ୍କ ସେବା ଯେମିତି କରୁଥିଲି ସେହିଭଳି କରିବି ।ମୁଁ କୌଣସି କଥାରେ ବିଚଳିତ ହେବିନି କି ଭୟଭୀତ ହେବିନି । ଲୋକ ମ।ନଙ୍କୁ କହିକି ଆସିଛି ଏମ।ନଙ୍କୁ ଚିହ୍ନି ରଖିଥ। ସମୟ ଆସିଲେ ଉଚିତ ଜବାବ ଦିଆଯିବ ।

LEAVE A REPLY

Please enter your comment!
Please enter your name here