ସୁନୀଲ ଆରୋରା ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

0
25

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଆରୋରା । ଆଇଏଏସ୍ ଅଧିକାରୀ ସୁନୀଲ ଆରୋରା ୨୩ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ନେଇଛନ୍ତି । ତାଙ୍କୁ ଓପି ରାୱତଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଦିଆଯାଇଛି । ଏବେ ଅରୋରାଙ୍କ ନେତୃତ୍ୱରେ ୨୦୧୯ ଲୋକସଭା ନିର୍ବାଚନ ପରିଚାଳନା କରାଯିବ । ଓପି ରାୱତ ଗତକାଲିଠାରୁ ଅବସର ନେଇ ସାରିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନ ବ୍ୟତିତ ଅରୋରାଙ୍କ ନେତୃତ୍ୱରେ ଆସନ୍ତାବର୍ଷ ଜମ୍ମୁକଶ୍ମୀର, ଓଡିଶା, ମହାରାଷ୍ଟ୍ର, ହରିୟାଣା , ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକିମ ବିଧାନସଭା ନିର୍ବାଚନ ପରିଚାଳନା ହେବ ।

LEAVE A REPLY

Please enter your comment!
Please enter your name here