ଆସନ୍ତା ୬ରେ କଂଗ୍ରେସ ପକ୍ଷରୁ ପଂଚାୟତ ପ୍ରତିନିଧି ସମ୍ମିଳନୀ

0
108

 

ଭୁବନେଶ୍ୱର :ଓଡିଶାରେ ପଂଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଅସମ୍ମାନ ପ୍ରତିବାଦରେ ଏବଂ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୬ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଓଡିଶା ପଂଚାୟତ ପ୍ରତିନିଧି ସମ୍ମିଳନୀ ଆହୁତ କରିଛି । ଏହା କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଦଳର ବା କଂଗ୍ରେସ ସମର୍ଥିତ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ପଂଚାୟତ ପ୍ରତିନିଧି ସମ୍ମିଳନୀର ଆବାହକ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଓଡିଶାରେ ପଂଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ସମ୍ମାନ ଥିବା ପରି ମନେହୁଏନା । ପଂଚାୟତ ବ୍ୟବସ୍ଥା ସୁଦୃଢ଼ ହେଲେ ଯାଇ ଗ୍ରାମାଂଚଳରେ ବିକାଶ ପ୍ରଖର ହୋଇପାରିବ । ମାତ୍ର ଏହାକୁ ସୁଦୃଢ କରିବା ପରିବର୍ତେ ବର୍ତମାନର ସରକାର ତାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବାର ଚକ୍ରାନ୍ତ କରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଆମ ଗାଁ – ଆମ ବିକାଶ ଯୋଜନା । ଏହି ଯୋଜନାରେ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଅବମାନନା କରାଯାଇଛି । ଗ୍ରାମସଭା, ପଲ୍ଲୀସଭାର ଗୁରୁତ୍ୱକୁ ଅବମାନନା କରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପଂଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ୱାରା ଏବଂ ବିଜେଡିର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଗ୍ରାମାଂଚଳ ବିକାଶ ସଂକ୍ରାନ୍ତରେ ଅନ୍ୟାନ୍ୟ ଯୋଜନାଗୁଡିକ କାର୍ଯ୍ୟକାରିତାରେ ମଧ୍ୟ ଅନେକ ବିଲକ୍ଷଣ ବିଜେଡି ସରକାର ଅମଳରେ ଦେଖା ଦେଇଛି ।

ଦେଶରେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ କଂଗ୍ରେସ ବୈପ୍ଳବିକ ପଦକ୍ଷେପ ନେଇଥିଲା । କଂଗ୍ରେସ ସରକାର କେନ୍ଦ୍ରରେ ୭୩ ତମ ସମ୍ବିଧାନ ସଂଶୋଧନ ଜରିଆରେ ପଂଚାୟତ ବ୍ୟବସ୍ଥାର ସଂସ୍କାର ଆଣିବା ସହିତ ଏହାକୁ ସୁଦୃଢ କରିବାର ପଦକ୍ଷେପ ନେଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏହାର ପରିପନ୍ଥୀ ପାଲଟିଛି ।

LEAVE A REPLY

Please enter your comment!
Please enter your name here