ବିଜେପି କ୍ଷମତାରେ ରହିଲେ ଅନୁପ୍ରବେଶକ।ରୀଙ୍କୁ ଦେଶରୁ ବିଦ। କରିବ:ଅମିତ ଶ।ହ।

0
119

ଭରତପୁର: ରାଜସ୍ଥାନରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସକାଶେ ବର୍ତ୍ତମାନ ବିଜେପି ପକ୍ଷରୁ ଜବରଦସ୍ତ ପ୍ରଚାର ଚାଲିଛି। ଏଠାରେ କ୍ଷମତା ବଜାୟ ରଖିବା ସକାଶେ ବସୁନ୍ଧରା ରାଜେ ସିନ୍ଦିଆ ଆଶାବାଦୀ ଥିବା ବେଳେ ତାଙ୍କ ସପକ୍ଷରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ପ୍ରଚାର ଚଳାଇଛନ୍ତି। ସେ ଗୁରୁବାର କରୌଲିଠାରେ ଆୟୋଜିତ ଏକ ପ୍ରଚାର ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ ୨୦୧୯ରେ ବିଜେପିକୁ ଜନସାଧାରଣ ପୁନର୍ବାର କ୍ଷମତା ପ୍ରଦାନ କଲେ, ଦେଶରେ ରହିଥିବା ସମସ୍ତ ଅନୁପ୍ରବେଶକାରୀମାନଙ୍କୁ ବାହାର କରିଦିଆଯିବ।

କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି ଯେ ଏହି ଦଳ ଅଦ୍ୟାବଧି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାରେ ସକ୍ଷମ ହୋଇନାହିଁ। ତେଣୁ ରାଜସ୍ଥାନ ଜନସାଧାରଣ କଂଗ୍ରେସକୁ ଭୁଲି ବିଜେପିକୁ ପୁନର୍ବାର ବିଜୟୀ କରାଇବା ସହ ବସୁନ୍ଧରାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୁଯୋଗ ଦେବା ସକାଶେ ଶାହ ଆହ୍ବାନ ଦେଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ବାଜିମାତ୍‌ କରିବା ପରେ ଅଦ୍ୟାବଧି ଦେଶର ୧୯ଟି ରାଜ୍ୟରେ କ୍ଷମତା ହାସଲ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ୨୦୧୪ ସାଧାରଣ ନିର୍ବାଚନରେ ମାତ୍ର ୪୭ଟି ଆସନ ପାଇଥିବା କଂଗ୍ରେସ କ୍ରମଶଃ ଦୁର୍ବଳରୁ ଦୁର୍ବଳତର ହୋଇଚାଲିଛି।

ଶାହ କଂଗ୍ରେସକୁ ଟାର୍ଗେଟ୍‌ କରି କହିଛନ୍ତି ଯେ କଂଗ୍ରେସ ଦଳ ଲଗାତର ଦୁଇଟି ଟର୍ମରେ କ୍ଷମତା ଉପଭୋଗ କରିଥିଲେ ହେଁ ପାକିସ୍ତାନ ବିପକ୍ଷରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିପାରି ନ ଥିଲା। କିନ୍ତୁ ବିଜେପି ଦେଶର ଦଳିତ ଓ ଗରିବ ଶ୍ରେଣୀର ଲୋକଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଯଥେଷ୍ଟ ଉନ୍ନତି କରିପାରିଛି। କଂଗ୍ରେସ ନେତାଏ ’ଭାରତ ମାତା କୀ ଜୟ’ ସ୍ଲୋଗାନ୍‌ରେ ବିଶ୍ବାସ କରନ୍ତି ନାହିଁ। ବରଂ ସେମାନେ ‘ସୋନିଆ ଗାନ୍ଧି କୀ ଜୟ’ କହିବାକୁ ପସନ୍ଦ କରିଥାନ୍ତି। ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ରାଜସ୍ଥାନକୁ କଂଗ୍ରେସ ତୁଳନାରେ ଦୁଇ ଗୁଣା ଅନୁଦାନ ପ୍ରଦାନ କରିଛି। କଂଗ୍ରେସ କ୍ଷମତାରେ ଥିବାବେଳେ ରାଜସ୍ଥାନକୁ ୧୩ଟି ଅର୍ଥ କମିଶନ୍‌ଙ୍କ ମାଧ୍ୟମରେ ୧,୦୯,୨୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଏହାକୁ ଦ୍ବିଗୁଣିତ କରିଦେଇଛନ୍ତି। ଅର୍ଥାତ୍‌ କେନ୍ଦ୍ରଠାରୁ ରାଜସ୍ଥାନ ୨,୬୩,୫୮୦ କୋଟି ଟଙ୍କାର ଅନୁଦାନ ପାଇଛି ବୋଲି ଶାହ କହିବା ସହ ଭୋଟର୍‌ମାନଙ୍କୁ ବିଜେପି ସପକ୍ଷରେ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here