ଵ।ରବ।ଟୀରେ ବି ଜୋରଦାର ହକି ଫିଭର

0
32

କଟକ- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପରେ ବୁଧବାରଠାରୁ ସେଠାରେ ଆରମ୍ଭ ହୋଇଛି ଖେଳ। ତେବେ ଏହାର ପ୍ରମୋଶନ ପାଇଁ ସନ୍ଧ୍ୟାରେ କଟକ ବାରବାଟୀରେ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‌ଘାଟନୀ ଉତ୍ସବ ସେଲିବ୍ରେଶନର ଆୟୋଜନ କରାଯାଇଥିଲା। ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମନ୍‌ ଖାଁ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରହମନଙ୍କ ସମେତ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ଯୋଗଦେଇ ମନୋରଞ୍ଜନ ମାଧ୍ୟମରେ ହକିର ପ୍ରମୋଶନ କରିଥିଲେ। ବାରବାଟୀକୁ ସଲ୍‌ମନ ଓ ରହମନ ଆସୁଥିବା ଶୁଣି ହକି ପ୍ରେମୀଙ୍କ ମଧ୍ୟରେ ରହିଥିବା ଉତ୍ସାହ ଓ ଉତ୍କଣ୍ଠା ସକାଳୁ ବାରିହୋଇ ପଡ଼ିଥିଲା। ଅପରାହ୍ନ ସାଢ଼େ ୫ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଘଣ୍ଟାଏ ପରେ ବି ଷ୍ଟାଡିୟମକୁ ସବୁ ଦିଗରୁ ଲୋକଙ୍କ ସୁଅ ଛୁଟୁଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସତେଯେମିତି ହକି ପ୍ରେମରେ ଉଛୁଳି ପଡ଼ିଥିଲା ଐତିହାସିକ ବାରବାଟୀ। ଆରମ୍ଭରୁ ପୂରା ଷ୍ଟାଡିୟମ ଦେଶପ୍ରୀତିରେ ଭରି ଉଠିଥିଲା। କିଏ ମୁହଁ ଓ ଦେହରେ ତ୍ରିରଙ୍ଗା ଚିତ୍ର କରିଥିଲା ତ ଆଉ କିଏ ଇଣ୍ଡିଆ ହକି ଟିମ୍‌ର ଜର୍ସି ପରିଧାନ କରି ବେଶ୍‌ ଉତ୍ସାହିତ ଥିଲେ। ଇଣ୍ଡିଆ ଇଣ୍ଡିଆ ଧ୍ୱନିରେ ପୂରା ପରିବେଶ ପ୍ରକମ୍ପିତ ହୋଇଯାଇଥିଲା। ମଞ୍ଚରେ ସଲ୍‌ମାନ କଟକକୁ ପ୍ରଥମ ଆସିଥିବା କହି ଗୀତ ଗାଇଥିଲେ। ଦର୍ଶକ ସିଟ୍‌ ଛାଡି ମଞ୍ଚ ଆଡ଼କୁ ମୁହାଁଇଥିଲେ।

LEAVE A REPLY

Please enter your comment!
Please enter your name here