କଟକ ଐତିହାସିକ ବାଲିଯାତ୍ରାରେ ଭିଡ଼ ଜମୁଛି

0
67

କଟକ: କଟକରେ ଐତିହାସିକ ବାଲିଯାତ୍ରା ଶୁକ୍ରବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ। ପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶନିବାର ଅପରାହ୍ନ ରେ ମଧ୍ୟ ଭିଡ଼ ଜମିଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ଏହାକୁ ଉଦଘାଟନ କରି ଛନ୍ତି। ଚଳିତବର୍ଷ ଠାରୁ ପ୍ରଥମ ଥର ୧୦ ଦିନ ଯାଏ ବାଣିଜ୍ୟିକ ମେଳା ବାଲିଯାତ୍ରା ଚାଲିବ। କଟକର ଐତିହାସିକ ବାଲିଯାତ୍ରା ବାଲିଯାତ୍ରା ପାଇଁ କଟକ ସହର ଚଳଚଂଚଳ ହୋଇଉଠିଛି । ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମା ଦିନ ଏହି ଗଣପର୍ବର ଆୟୋଜନ କରାଯାଇଥାଏ । ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ନିଜ ବୋଇତରେ ବେପାର ବଣିଜ କରିବାକୁ ଯାଭା, ବାଲି, ବୋର୍ଣ୍ଣିଓ ଆଦି ଦେଶକୁ ଯାଉଥିଲେ । ସେଠାରୁ ଫେରିବା ପରେ ନଦୀ ପଠାରେ ସେଠାରୁ ଆଣିଥିବା ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଯାହାର ସ୍ମୃତିରେ ଉପକୂଳ ଅଂଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏଥର ୧୩ ଶହରୁ ଅଧିକ ଷ୍ଟଲ୍ ପଡିଛି । ସେଥିମଧ୍ୟରୁ ୩୫୦ଟି ଓରମାସର ଷ୍ଟଲ ରହିଛି । ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଇବା ଠାରୁ ନେଇ ଘର ସଜାଇବା ପର୍ଯ୍ୟନ୍ତ ସମସ୍ତ ଜିନିଷ ଏଠାରେ ଉପଲବ୍ଧ ହୋଇଥାଏ । ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ତ୍ରିଶୁଳିଅ । ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପୂରା ପଡ଼ିଅ ।ରେ ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି । ଏହା ସହ ସିସିଟିଭି ନଜରରେ ରହିବ ମହାନଦୀ ପଠା ।

LEAVE A REPLY

Please enter your comment!
Please enter your name here