ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

0
71

କଟକ :  କଟକର ଐତିହାସିକ ବାଲିଯାତ୍ରା ଆଜିଠୁ ଆରମ୍ଭ ହେଉଛି ।  ୧୩ ଶହରୁ ଅଧିକ ଷ୍ଟଲ  ବାଲିଯାତ୍ରାରେ ସବୁ ପ୍ରକାର ସାଧାରଣ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା। ଏଥର ଓର୍‌ମାସର ୩୫୦ଟି ଷ୍ଟଲ୍‌ ପଡ଼ିଛି। ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ଓ ତ୍ରିଶୁଳିଅା ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।  ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ଏଣ୍ଟ୍ରି  ଓ ଏକ୍‌ଜିଟ୍ ପଏଣ୍ଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ପୁରା ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ ସହ ସିସିଟିଭି ନଜରରେ ରହିବ ମହାନଦୀ ପଠା। ଏ ବର୍ଷ ବାଳୁକା କଳାରେ ବିଭିନ୍ନ କାରୁକାର୍ଯ୍ୟ ଦେଖିବାକୁ ମିଳିବ।

LEAVE A REPLY

Please enter your comment!
Please enter your name here