୨୭ରେ ବିଜେପିରେ ଯୋଗ ଦେବେ ଅପରାଜିତା ଷଡ଼ଙ୍ଗୀ

0
78

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ବିଜେପିରେ ମିଶିବେ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ ଦିଲ୍ଲୀରେ ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ସୂଚନା ଅନୁସାରେସରକାରୀ ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ ଭୁବନେଶ୍ୱରରେ ଅଛନ୍ତି। ସେ ଆସନ୍ତା ୨-୩ଦିନ ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ। ବିଜେପିରେ ତାଙ୍କ ଯୋଗଦାନ ଫଳରେ ରାଜ୍ୟ ବିଜେପି ଆହୁରୀ ଶକ୍ତିଶାଳୀ ହେବ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଗୁରୁଦାୟିତ୍ୱ ମଧ୍ୟ ଦିଆଯାଇପାରେ ବୋଲି କୁହାଯାଉଛି । ଏହାପରେ ସେ ଓଡ଼ିଶା ଫେରିବା ପରେ ତାଙ୍କୁ ଡିସେମ୍ବର ୧ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।

LEAVE A REPLY

Please enter your comment!
Please enter your name here