ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଆରମ୍ଭ

0
57

ବ୍ରିସ ବେନ୍ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ବ୍ରିସବେନରେ ବୁଧବାର ଅପରାହ୍ନ ୧.୨୦ ରୁ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳା ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ନଜର ଆସୁଛି। ମାତ୍ର ଅଷ୍ଟ୍ରେଲିଆକୁ ତାରି ଘରେ ହାଲୁକା ଭାବେ ନେବା ଉଚିତ୍ ହେବ ନାହିଁ। ଅନ୍ୟ ପଟେ ଅଷ୍ଟ୍ରେଲିଆ ଦଳ ନିକଟ ଦିନରେ ନିରାଶଜନକ ପ୍ରଦର୍ଶନ କରି ବିଦେଶ ମାଟିରେ କ୍ରମାଗତ ହାରି ଚାଲିଛି। ତେଣୁ ଦଳ ଭାରତ ବିପକ୍ଷରେ ବିଜୟ ହାସଲ କରି ଆତ୍ମ ବିଶ୍ଵାସ ବଢାଇବାକୁ ଚାହିଁବ। ଏଥିପାଇଁ ଭାରତକୁ ଅଧିକ ସତର୍କ ରହିବାକୁ ପଡ଼ିବ। ପ୍ରଥମ ଟି-୨୦ ମ୍ୟାଚ୍ ଜିତିଲେ ଭାରତୀୟ ଦଳ ଇତିହାସ ମଧ୍ୟ ରଚିପାରେ। ଭାରତୀୟ ଦଳ ପ୍ରଥମ ଟି-୨୦ ମ୍ୟାଚକୁ ଜିତି ବିଜୟରୁ ଗସ୍ତ ଆରମ୍ଭ କରିବାକୁ ଚେଷ୍ଟା କରିବ। ଭାରତର ଲକ୍ଷ୍ୟ ତିନୋଟି ଟି-୨୦ ମ୍ୟାଚ୍ ଜିତି ପୁଣି ଥରେ କଙ୍ଗାରୁକୁ କ୍ଲିନ୍ ସୁଇପ କରିବାକୁ ଚାହିଁବ। ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଥିଲା।

LEAVE A REPLY

Please enter your comment!
Please enter your name here