ମହାନଦୀ ପୋଲ ଉପରୁ ବସ ଖସିବା ଘଟଣାରେ ୭ ମୃତ୍ୟୁ:ଆହତମାନଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି

0
249

କଟକ: ମହାନଦୀ ପୋଲ ଉପରୁ ବସ ଖସିବା ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି।  ସୂଚନା ଦେଲେ ପୋଲିସ ଡିଜି ଆହତମାନଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ମହାନଦୀ ପୋଲରୁ ବସ ଖସିବା ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳକୁ ଯିବା ନେଇ ଟୁଇଟ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।

ଆହତମାନଙ୍କ କିଚିତ୍ସା ଲାଗି ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଯାତ୍ରୀବାହୀ ବସ୍‌ଟି ତାଳଚେରରୁ କଟକ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍‌ଟି ଏକ ମଇଁଷିକୁ ଧକ୍କା ଦେବା ପରେ ମହାନଦୀ ପୋଲ ଉପରୁ ପ୍ରାୟ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା।

ଘଟଣାସ୍ଥଳରେ ତୁରନ୍ତ ଓଡ୍ରାଫ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଅନ୍ଧାର ହୋଇଥିବାରୁ ଓ ନଦୀରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା।

ଉଦ୍ଧାର କାର୍ଯ୍ୟରେ ୨ଟି ପାଓ୍ୱାର୍ ବୋଟ୍ ମଧ୍ୟ ନିୟୋଜିତ ହୋଇଛି। ବସ୍‌ଟି ଓଲଟି ପଡ଼ିଥିବାରୁ ଭିତରେ ଥିବା ମୃତାହତ ଯାତ୍ରୀମାନଙ୍କୁ ବାହାର କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା। ତେବେ ଏନ୍‌ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।  ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ୱର ଜାରି । +୯୧୬୭୧୨୩୦୪୦୦୧ ନମ୍ୱରରେ କଲ କରି ପୋଲିସ ଠାରୁ ସୂଚନା ପାଇପାରିବେ ।

LEAVE A REPLY

Please enter your comment!
Please enter your name here