ହାତୀ ଚଳ ପ୍ରଚଳ କରୁଥିବା ସ୍ଥାନରେ ବିଦ୍ୟୁତ କାଟ କର।ଯିବ

0
547

ଭୁବନେଶ୍ୱର – ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ରାଜ୍ୟ ପାଇଁ ଏକ ଚିନ୍ତାର ବିଷୟ ହୋଇଛି । ବିଦ୍ୟୁତ ଆଘାତ ପାଇ ମୃତ୍ୟୁ ଘଟୁଥିବାରୁ ହାତୀ କରିଡ଼ର ଏବଂ ହାତୀ ଚଳ ପ୍ରଚଳ କରୁଥିବା ସ୍ଥାନରେ ବିଦ୍ୟୁତ କାଟ କରିବା ପାଇଁ ବନବିଭାଗର ସଚିବ ଶକ୍ତି ବିଭାଗକୁ ଚିଠି ଲେଖି ଜଣାଇଛନ୍ତି । ହାତୀମାନେ ସ୍ଥାନ ଛାଡ଼ି ଚାଲିଯିବା ପରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଅନୁରୋଧ କରିଥିବାର ଚିଠିର ଉଲ୍ଲେଖ ରହିଛି । ଏହି ଚିଠିକୁ ଭିତି କରି ଶକ୍ତି ବିଭାଗ ସଚିବ ବିଭିନ୍ନ ବିଦ୍ୟୁତ କମ୍ପାନୀ ମାନଙ୍କୁ ଅନୁରୂପ ଭାବେ ଚିଠି ଲେଖି ଜଣାଇଛନ୍ତି । ବନବିଭାଗର ସୂଚନା ପାଇବା ପରେ ବିଦ୍ୟୁତ କାଟ କରିବାକୁ ସମ୍ପୃକ୍ କମ୍ପାନୀ ମାନଙ୍କୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here