ଆତ୍ମା

0
147

ଏକ ଅବିଶ୍ୱାସନୀୟ କଥା, ଯାହାକି, ଆଜିର ବିଜ୍ଞାନ ଯୁଗରେ କେହି ବିଶ୍ୱାସ କରନ୍ତି ନାହିଁ । ପବନରେ ମିଳେଇ ଯାଉଥିବା ଓ ମନ ଭିତରେ ଭାସି ଉଠୁଥିବା ବା ଉଙ୍କି ମାରୁଥିବା ଏକ ଅନୁଭବ, ପ୍ରାୟ ତାକୁ ହିଁ ଆତ୍ମା କହନ୍ତି ।

କୌଣସି ପ୍ରକାର ଭୁତ ନାଁ ଶୁଣିଲେ ଆମ ଭିତରେ ଅଜବ ପ୍ରକାର ଡର ପରିଲକ୍ଷିତ ହୋଇଥାଏ, କଣ ସତରେ ଏ ଦୁନିଆରେ ଆତ୍ମା ବୋଲି କେହି ଥାଏ, ପୁରାତନ କାଳରୁ ।ହ କଥାଗତ ଚ।ଲି ଆସିଛି ଯେ କୌଣସି ପ୍ରକାର ଇଚ୍ଛା ପୁରଣ ନହୋଇଥିବାରୁ ମଲାରେ ମଧ୍ୟ ସେ ପ୍ରାଣୀ ହେଉ ଅବା ମାନବ, ତାର ଆତ୍ମା ଘୁରି ବୁଲୁଥାଏ ।

ସେହିଭଳି ଏକ କାହାଣୀ ଥିଲା, ଏକ ନବ ବିବାହିତା ଯୋଡି ‘ଆଲୋକ ଓ କିରଣ’, ଯିଏକି ନିଜର ସାଂସାରିକ ଜୀବନରେ ବହୁତ ଖୁସି ଥିଲେ, ଖୁସି ଦୁଇଗୁଣ ହୋଇଥିଲା, ଯେତେ ବେଳେ କିରଣ ବର୍ଷକ ପରେ ଗୋଟେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା । ହେଲେ ସମୟ ଖେଳ ଅଜବ , ସଡକ ଦୁର୍ଘଟଣାରେ ଶିକାର ହୋଇ କିରଣ ତାର ଶେଷ ନିଶ୍ୱାସ ତ୍ୟାଗ କରିଥିଲା ।

ସେଦିନ ଥିଲା ରବିବାର, ସବୁଦିନ ଭଳି ଆଜି ଯେତେବେଳେ ଆଲୋକ ଅଫିସ ବାହାରିଥିଲେ, କିରଣ ରବିବାରରେ କାମ କଣ ପଚ।ରିବାରୁ, ମୁଁ ହାଫ୍ ଟାଇମ୍ ସାରି ଫେରି ଆସିବି ବୋଲି ଆଲୋକ କହିଥିଲେ । ଏବଂ ତାରେ ସେ ଅଫିସ୍ ଚ।ଲିଯ।ଇଥିଲେ, ସେତବେଳକୁ ପ୍ରାୟ ଘଡିରେ ୧୦.୦୦ ବାଜିବଣି । ଝୁଲଣାରେ ଝୁଲୁଥିଲା କୋଡିଏ ଦିନ ତଳେ ଜନ୍ମ ନେଇଥିବା, ଆଲୋକ ଓ କିରଣଙ୍କ ଶିଶପୁୁୁତ୍ର । ଘରର କେଉ ଏକ ଦରକାରୀ ଜିନିଷ ଆଣିବାକୁ ଆଲୋକ କୁ କୁହନ୍ତେ, ଆଲୋକ ସେଠାରୁ ଯ।ଇଇଥିଲେ । କିଛି ସମୟ ବାଦ୍ କିରଣ ନିଜର ପୁତ୍ରର ନିତ୍ୟକ୍ରମ ସାରି, ଘରର କିଛି ଜିନିଷ ଆଣିବାକୁ ବଜାରକୁ ବାହାରି ଯାଇଥିଲେ, ଘରର ଚାକରାଣି ହାତରେ ପୁଅର ଜିମା ଦେଇ । ହେଲେ ସେ ଜାଣି ନଥିଲେ, ତାଙ୍କର ଭାଗ୍ୟ ତାଙ୍କ ସହିତ କି ଖେଳ ଖେଳିବ, ସମୟ ସେତେବେଳେ ପ୍ରାୟ ୧.୦୦, ବାଜିଥିବ, ସିଙ୍ଗ୍ ସାରି ଫେରୁଥିବା ସମୟରେ ରାସ୍ତା କଡର ଏକ ଛୁଆକୁ ଦେଖି ମନେ ଡିଯାଏ ତାଙ୍କର ନିଜ ପୁତ୍ର କଥା, ପିଲାଟି ତାଙ୍କୁ ନାଏ ତାଙ୍କର ନିଜ ପୁତ୍ର କଥା, ପିଲାଟି ତାଙ୍କୁ ନପାଇ ରାହା ଧରି କାନ୍ଦୁ ଥିବ । ନିଜ ହାତରେ ସମୟ ଦେଖି ତରତର ହୋଇ ରାସ୍ତା ପାରି କରୁଥିବା ସମୟରେ ଏକ ଦୃତ ଗତିରେ ଆସୁଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲିଯାଏ ।

ନିମିଷକ ମଧ୍ୟରେ ସବୁ ଓଲଟ ପାଲଟ ହେଇଯାଏ, ଲହୁ ଲୁହାଣ ହୋଇ ରାସ୍ତାର କଡରେ ପଡନ୍ତି କିରଣ, ସେ ଜାଣି ପାରନ୍ତି ସେ ଆଉ ଜିବୀତ ରହିବେ ନାହିଁ । ମନେ ପଡିାଏ ସେ ଆସିଲା ବେଳେ ତାଙ୍କ ପୁତ୍ର ତାଙ୍କର ଲୁଗା କାନି ଧରି ଭିଡି ଧରୁଥିଲା, ବୋଧେ ତାର ମାନେ ଏଇଆ ଥିଲା. ଯେ ଏମିତି କିଛି ଘଟିବାର ଅଛି । କିନ୍ତୁ ସେ ଦୁନିଆରୁ ଚାଲି ଯିବେ ବୋଲି ତାଙ୍କର ତିଳେହେଲେ ମନଦୁଃଖ ନଥିଲା, ଖାଲି ଅବଶୋଷ ଥିଲା ଯେ ସେ ଘରେ ଭୋକରେ ରାହା ଧରି କାନ୍ଦୁ ନଥିବ ତ? ସେ ଗଲା ପରେ ତାଙ୍କ କୋଡିଏ ଦିନର ଶିଶୁ ପୁତ୍ରର ଅବସ୍ଥା କଣ ହେବ???

ଆଜ୍ଞା ମା’ ମନତ ଭାବିବା ସ୍ୱାଭାବିକ୍, ସେ ଯେକୌଣସି ପରିସ୍ତିତିରେ ହେଉ, କାରଣ ମା’ଠୁ ଅଧିକା କେହି ସ୍ନେହଁ ଓ ଭଲପାଇବା ଦେଇ ପାରି ନାହିଁ ।
କ୍ରମଶଃ…

 

LEAVE A REPLY

Please enter your comment!
Please enter your name here