ମା’ ତାରିଣୀଙ୍କ ନାଁରେ ମିଥ୍ୟା ପ୍ରଚାର

0
119

ଘଟଗାଁ: ମା ତାରିଣୀଙ୍କ ଅଖଣ୍ଡ ଦୀପ ଲିଭି ଯାଇଛି। ପରିବାର ପ୍ରତି ବିପଦ ଆସିବ। ତେଣୁ ତୁରନ୍ତ ସିନ୍ଦୁର ଅଳତା ଲଗାଇ ମା ତାରୀଣଙ୍କ ପୂଜା କରନ୍ତୁ। ଏଭଳି କିଛି ଅପପ୍ରଚାର ହେଉଛି ସୋସିଆଲ ମିଡିଆରେ ଏଭଳି ଏକ ଗୁଜବ ପ୍ରଚାର ହେବା ପରେ ଗାଁ ଠାରୁ ସହର ଯାଏ ସମସ୍ତ ମହିଳା ସିନ୍ଦୁର ଓ ଅଳତା ପିନ୍ଧି ଥିବା ଦେଖିବାକୁ ମିଳୁଛି। ଏହି ଗୁଜବ ନେଇ ତାରିଣୀ ମନ୍ଦିର ପ୍ରସାସନ ପକ୍ଷରୁ କୁହାଯାଇଛି ଯେ, ଦୂରରେ ଥିବା ଭକ୍ତ ମନରେ ଭୟ ସୃଷ୍ଟି କରି ଅର୍ଥ ହାସଲ ପାଇଁ କେହି ଦୁର୍ବୃତ୍ତ ଏପରି ଘୃଣ୍ୟ ପ୍ରୟାସ କରୁଛନ୍ତି। ଘଟଗାଁ ମା ତାରିଣୀ ପୀଠରେ ଏପରି କୌଣସି ଘଟଣା ଘଟି ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here