ଫ୍ୟ।ନଙ୍କ ଭଏସ ଉପରେ ବିବ।ଦୀୟ ମନ୍ତବ୍ୟ ଦେଲ।ପରେ ମତ ବଦଳାଇଲେ କୋହଲି

0
19

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସାଲ ମିଡିଆରେ ଦେଇଥିବା ବୟାନ ବିବାଦୀୟ ହେବା ପରେ ପୁଣି ଥରେ ଏନେଇ ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟୀକରଣ ଦେବା ଅବସରରେ କହିଛନ୍ତି ଯେ ସୋସାଲ ମିଡିଆରେ ତାଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇ ନ ଥିଲା ସେ ବୁଝି ସାରିଛନ୍ତି। ମାତ୍ର ଯେଉଁ ପରିପ୍ରେକ୍ଷୀରେ ଏହା କୁହାଯାଇଛି, ତାହା ଠିକ୍‌ ନୁହେଁ ବୋଲି ସେ ପୁଣି ଥରେ କହିବାକୁ ଚାହାଁନ୍ତି।

ସୂଚନାଯୋଗ୍ୟ ଯେ ଜଣେ କ୍ରିକେଟ୍‌ ଫ୍ୟାନ୍‌ ସୋସାଲ ମିଡିଆ ଜରିଆରେ କହିଥିଲେ ଯେ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ପସନ୍ଦ କରନ୍ତି ନାହିଁ, ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ବ୍ୟାଟିଂ ଅଧିକ ପସନ୍ଦ ଲାଗେ। ଏହାର ଜବାବରେ କୋହଲି ଏକ ଭିଡିଓ ଜରିଆରେ ଫ୍ୟାନ୍‌ ଜଣକର ଭଏସ୍‌ ଟ୍ୟାଗ୍‌ କରି କହିଥିଲେ ଯେ ଯଦି ଆପଣଙ୍କୁ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଭଲ ଲାଗୁ ନାହିଁ, ତାହେଲେ ଆମ ଦେଶରେ ନ ରହି ଅନ୍ୟତ୍ର କେଉଁଠି ରୁହନ୍ତୁ। କାହିଁକି ଆପଣ ଆମ ଦେଶରେ ରହି ଅନ୍ୟ ଦେଶକୁ ଭଲ ପାଇବେ ? ମୋତେ ଭଲ ନ ପାଇବାକୁ ନେଇ ଦୁଃଖ କରୁନି। ମାତ୍ର ଆମ ଦେଶରେ ରହି ଅନ୍ୟ ଦେଶକୁ ପସନ୍ଦ କରିବା ଠିକ୍‌ ଲାଗୁ ନାହିଁ।

କୋହଲିଙ୍କ ଏପରି ମନ୍ତବ୍ୟ ସୋସାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ କ୍ରିକେଟ ଫ୍ୟାନ୍‌ କ୍ଷୁବ୍ଧ ହୋଇଥିଲେ। କୋହଲିଙ୍କ ମନ୍ତବ୍ୟକୁ ମଧ୍ୟ ନାପସନ୍ଦ କରି ଟିପ୍ପଣୀ ଦେଇଥିଲେ। ଏହାପରେ କୋହଲି ନିଜ ମନ୍ତବ୍ୟରୁ ନ ଓହରି ପୁଣି ଥରେ ସୋସାଲ ମିଡିଆ ଜରିଆରେ ସ୍ପଷ୍ଟୀକରଣ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here