ଆଡଭାନୀଙ୍କୁ ୯୧

0
21

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଗୁରୁବାର ୯୧ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ଆଡ଼ଭାନୀଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ମୋଦି ଟୁଇଟରରେ ଦର୍ଶାଇଛନ୍ତି ଯେ, ଭାରତର ବିକାଶ କ୍ଷେତ୍ରରେ ଅଡ଼ଭାନୀଙ୍କ ଅବଦାନକୁ ଭୁଲି ହେବ ନାହିଁ । ମନ୍ତ୍ରୀଭାବେ ତାଙ୍କ କାର୍ଯ୍ୟକାଳକୁ ମୋଦି ପ୍ରଶଂସା କରିବା ସହ ତାଙ୍କ ସଠିକ୍ ନିଷ୍ପତ୍ତିର ଗୁଣଗାନ କରିଥିଲେ । ଆଡ଼ଭାନୀଙ୍କ ବିଦ୍ୱାନତାକୁ ବିରୋଧି ମଧ୍ୟ ପ୍ରଶଂସା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here