ଅଟୋକୁ ଧକ୍କା ଦେଲା ଆମ୍ବୁଲାନ୍ସ ୧ ମୃତ,୬ ଆହତ

0
30

କେନ୍ଦୁଝର: ଅଟୋକୁ ଧକ୍କା ଦେଲ। ଆମ୍ବୁଲାନ୍ସ ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଆନନ୍ଦପୁର ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।ଖବର ମୁତାବକ ଅଟୋଟି ଯାତ୍ରୀମାନଙ୍କୁ ନେଇ କାଠକଟାରୁ ଠାକୁରମୁଣ୍ଡାକୁ ଯାଉଥିବ। ସମୟରେ ଅନ୍ୟପଟୁ ୧୦୨ ଆମ୍ବୁଲାନ୍ସଟି ରୋଗୀଙ୍କୁ ଘରେ ଛାଡି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନେ ଯାତ୍ରା ଦେଖିବାକୁ ଯାଉଥିଲେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here