ସଡ଼କ ଦୁର୍ଘଟଣାରେ ୪୭ ମୃତ୍ୟୁ

0
25

ଜିମ୍ବାୱେ: ଜିମ୍ବାୱେର ରାଜଧାନୀ ହରାରେରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ମୁହାଁମୁହିଁ ହୋଇଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୪୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଗତ ଜୁନ୍ ମାସରେ ଏହିଭଳି ଏକ ଘଟଣା ଘଟିଥିଲା ଯେଉଁଥିରେ ୪୩ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ପୁଣି ଥରେ ଏଭଳି ଦୁର୍ଘଟଣାର ପୁନରାବୃତି ହେବା ଦ୍ୱାରା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ହରାରେ ମୁଟାରେ ମାର୍ଗରେ ଦୁର୍ଘଟଣା ଏବଂ ଏଥିରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ପ୍ରବକ୍ତା ପାଲ ନ୍ୟାର୍ଥୀ କହିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଏବଂ ଆହାତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here