ବ।ଣ ଫୁଟ।ଇ ଅଡ଼ୁଆରେ ପଡିଲେ ୩୭୦ ଜଣ

0
39

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ କଟକଣା ଜାରି କରାଯାଇଥିଲା। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇ ଟ୍ୱିନ୍‌ ସିଟିର ୩୭୦ ଜଣ ଲୋକ ଫସି ଯାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା ନେଇ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କମିଶନରେଟ୍ ପୁଲିସ୍ କଟକ ଓ ଭୁବନେଶ୍ୱରରେ ଏମିତି ୩୭୦ ଜଣଙ୍କୁ ଚିହ୍ନଟି କରିଛି, ଯେଉଁମାନେ ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇଥିଲେ। ଏମାନଙ୍କ ମଧ୍ୟରୁ ୧୪୦ ଜଣଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି। ଅନ୍ୟ ୨୩୦ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।  ଏମାନଙ୍କଠାରୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here