ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା!

0
177

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି।  ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ।ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ ଆସି ସେଠାକୁ ଯାଇଥିଲେ। ମହିଳା ଜଣଙ୍କ ତାଙ୍କୁ ମଦ ପିଆଇଥିଲେ। ସେ ଶୋଇଥିବା ଅବସ୍ଥାରେ ମହିଳା ଜଣଙ୍କ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

 

LEAVE A REPLY

Please enter your comment!
Please enter your name here