ବିବାଦରେ ଶାହରୁଖ ଖାନଙ୍କ ସିନେମା ଜିରୋ

0
46

ଆନନ୍ଦ ଏଲ୍ ରାୟଙ୍କ ନିର୍ଦେଶିତ ଓ ଶାହରୁଖ ଖାନଙ୍କ ଅଭିନୀତ ସିନେମା ଜିରୋ ରିଲିଜ୍ ପୂର୍ବରୁ ବିବାଦରେ ଫସିଯାଇଛି। ଏହାର ଟ୍ରେଲର ନଭେମ୍ବର ୨ରେ ରିଲିଜ୍ହୋଇଥିଲା। ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଏହା ବିରୋଧରେ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଯେ ଦିଲ୍ଲୀ ଅକାଳି ଦଳର ବିଧାୟକ ମନଜିନ୍ଦର ସିଂ ସିରସା ଶାହରୁଖଙ୍କ ବିରୋଧରେ ଶିଖ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି। ଫିଲ୍ମର ପୋଷ୍ଟରରେ ଶାହରୁଖଙ୍କୁ କୃପାଣ ଧାରଣ କରିଥିବା ଦେଖିବାକୁ ମିଳୁଛି। ଶିଖ ସମ୍ପ୍ରଦାୟର କୃପାଣ ସହିତ ଆସ୍ଥା ଓ ବିଶ୍ବାସ ରହିଥିବାରୁ ଏଭଳି ଅଭିଯୋଗ କରାଯାଇଛି। ନର୍ଥ ଏଭେନ୍ୟୁ ପୋଲିସ ଷ୍ଟେସନ୍ରେ ଅଭିଯୋଗ ଦାଏର କରି ସିରସା କହିଛନ୍ତି ଯେ ଫିଲ୍ମରେ ଶିଖ୍ଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚା ଯାଇଥିବା ନେଇ ତାଙ୍କ ପାଖକୁ ଶିଖ୍ ଲୋକଙ୍କଠାରୁ ବହୁତ ସଂଖ୍ୟାରେ ଅଭିଯୋଗ ପହଞ୍ଚିଥିଲା। ଶିଖ୍ଧର୍ମରେ କେବଳ ଅମୃତଧାରୀ ବ୍ୟକ୍ତିମାନେ କୃପାଣ ଧାରଣ କରିପାରିବେ।ଏଣୁ ଫିଲ୍ମରେ ଏହାକୁ ଅପମାନିତ କରାଯାଇଛି ବୋଲି ସିରସା ଅଭିଯୋଗ କରିଛନ୍ତି। ତେଣୁ ଶାହରୁଖ ଓ ଆନନ୍ଦ ଏଲ୍ ରାୟଙ୍କ ବିରୋଧରେ ମାମଲା ଦାଏର କରିବାକୁ ବିଧାୟକ ସିରସା ଅଭିଯୋଗ ପତ୍ରରେ ଲେଖିଛନ୍ତି। ଶାହରୁଖ କୃପାଣ ଧାରଣ କରିଥିବା ଟ୍ରେଲରକୁ ତୁରନ୍ତ ବନ୍ଦ କରିବା ଲାଗି ସେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here