ଆଜି ଆଲୋକର ପର୍ବ ଦୀପାବଳି

0
20

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ଘରେ ଘରେ ହର୍ଷ ଉଲ୍ଲାସର ମାହୋଲ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ମଧ୍ୟରେ ଉତ୍ସାହ ସହ ଘରେ ଘରେ ମହିଳାମାନେ ରଙ୍ଗୋଲି କରିଥିବା ଦେଖିବାକୁ ମିଳିଛି। ଏଥିସହ ଦୀପ ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରି ଦୀପାବଳିର ଖୁସି ମନାଉଛନ୍ତି। ଏଥି ଉପଲକ୍ଷେ ପୁରୀରେ ପୟା ଶ୍ରାଦ୍ଧ ଦିଆଯାଉଛି। ସେହିପରି ବିନ୍ଦୁସାଗରରେ ମଧ୍ୟ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭିଡ଼ ପରିଲକ୍ଷିତ ହେଉଛି। ଆଜିର ଦିନରେ ଭଗବାନ ରାମ ରାବଣକୁ ବଧ କରି ୧୪ ବର୍ଷ ପରେ ଅଯୋଧ୍ୟା ଫେରିଥିଲେ। ରାମଙ୍କୁ ଅଯୋଧ୍ୟାବାସୀ ଘୃତ ଦୀପ ଜାଳି ସ୍ବାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here