ଦୀପାବଳିକୁ ନଜରରେ ରଖି କଟକ ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା

0
23

କଟକ :ଦୀପାବଳିକୁ ନଜରରେ ରଖି କଟକ ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ କାଜୁଆଲଟିରେ ୨୪ଘଣ୍ଟିଆ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୀପାବଳିରେ ବାଣ ଜନିତ ଦୁର୍ଘଟଣାର ଶିକାର ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ ୪ଜଣ ଡାକ୍ତର ଆଜି ସକାଳୁ କ।ଲି ସକାଳ ପର୍ଯ୍ୟନ୍ତ କାଜୁଆଲଟିରେ ଉପସ୍ଥିତ ରହିବେ। ବିଭାଗୀୟ ସହଯୋଗୀ ପ୍ରଫେସର ଡାକ୍ତର ବିଭୁତି ନାୟକଙ୍କ ନେତୃତ୍ୱରେ ଗଠିତ ଏହି ଡାକ୍ତରୀ ଦଳ ରୋଗୀଙ୍କର ଚିକିତ୍ସା କରିବେ। ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ଓଟି ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବେଡ ପ୍ରସ୍ତୁତ ରଖାଯାଇଛି। ଯେପରି ଏହି କ୍ଷେତ୍ରରେ କୈଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।

LEAVE A REPLY

Please enter your comment!
Please enter your name here