ବିଜେପି ଆମ ନେତ।ଙ୍କୁ ଟଙ୍କାର ଲୋଭ ଦେଖ।ଉଛି:କୁମ।ରସ୍ବ।ମୀ

0
223

ବେଙ୍ଗାଳୁରୁ: ତିନିଟି ଲୋକସଭା ଓ ଦୁଇଟି ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନ ଭୋଟ୍ ଗଣତି ମଙ୍ଗଳବାର ଅପରାହ୍ନରେ
ଶେଷ ହୋଇଥିବା ବେଳେ ଏଥିରେ କଂଗ୍ରେସ-ଜେଡିଏସ୍ ୪ଟିରେ ଏବଂ ବିଜେପି ମାତ୍ର ଗୋଟିଏରେ ବିଜୟୀ ହୋଇଛି।
ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଫଳାଫଳ ଆସିବା ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ
କହିଛନ୍ତି ଯେ ଆମ ବିଜୟୀ ବିଧାୟକ ଓ ସାଂସଦମାନଙ୍କୁ ଖରିଦ୍ କରିବା ପାଇଁ ବିଜେପି ଉଦ୍ୟମ କରୁଛି। ଜଣ ପିଛା ବିଜେପି ଆମ ନେତାଙ୍କୁ
୨୫ରୁ ୩୦ କୋଟି ଟଙ୍କା ଯାଚୁଛି। କିନ୍ତୁ ଆମ ଦଳର ଜନପ୍ରତିନିଧି ଆଦୌ କାହା ହାତରେ ବିକ୍ରି ହେବା ଭଳି ନେତା ନୁହନ୍ତି ବୋଲି କୁମାରସ୍ବାମୀ ଏକ
ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ ଉପନିର୍ବାଚନରେ ଆମେ ବିଜୟୀ ହେବା ପରେ ଆମର ମେଣ୍ଟ ଆହୁରି
ମଜଭୁତ ହୋଇଛି। ଏହି ମେଣ୍ଟ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଜାରି ରହିବ। ମେଣ୍ଟ କର୍ଣ୍ଣାଟକର ସମସ୍ତ ଲୋକସଭା
ଆସନରେ ବିଜୟୀ ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ପୂରଣ ପାଇଁ ଆମେ ଉଭୟ ଦଳ ବର୍ତ୍ତମାନଠାରୁ ଉଦ୍ୟମ ଆରମ୍ଭ କରିଦେବୁ ବୋଲି କୁମାରସ୍ବାମୀ କହିଛନ୍ତି। ସେ କହିଛନ୍ତି ଯେ ଉପନିର୍ବାଚନରେ ବିଜୟୀ ହୋଇଗଲୁ ବୋଲି ଏପରି କହୁଛୁ, ତା ନୁହେଁ। କିନ୍ତୁ ଏହାକୁ କେହି ଫମ୍ପା ମାଠିଆର
ଆବାଜ ବୋଲି ଭାବିବା ଅନୁଚିତ। କାରଣ ରାଜ୍ୟର ଜନସାଧାରଣ ବର୍ତ୍ତମାନ ଆମ ଉପରେ ଭରସା ଦେଖାଇଛନ୍ତି। ଏହି ବିଜୟ ଆମକୁ କଦାପି
ଆତ୍ମଗର୍ବୀ କି ଅହଂକାରୀ କରିବ ନାହିଁ ବୋଲି କୁମାରସ୍ବାମୀ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଜନସାଧାରଣ
କଂଗ୍ରେସ-ଜେଡି(ଏସ୍ ମେଣ୍ଟ ଉପରେ ଭରସା କରି ବିଜେପିକୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି। ବିଜେପି
ଏକଦା ଆମର ମେଣ୍ଟକୁ ଅପବିତ୍ର ମୈତ୍ରୀ ବୋଲି କହୁଥିଲା। କିନ୍ତୁ ଏବେ କର୍ଣ୍ଣାଟକବାସୀ ଉଭୟ ବିଜେପି
ଓ ମୋଦି ସରକାରଙ୍କ ଉପରେ ସେମାନଙ୍କର ଆଉ ବିଶ୍ବାସ ନାହିଁ। ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି କର୍ଣ୍ଣାଟକ ବାସିନ୍ଦା ଦର୍ଶାଇ
ଦେଇଛନ୍ତି। ସେହିପରି ଏହା ୨୦୧୯ ଲୋକସଭା ନିର୍ବାଚନର ଏକ ଟ୍ରେଲର୍ ବୋଲି କଂଗ୍ରେସ ରାଜ୍ୟ ମୁଖ୍ୟ ଦିନେଶ ଗୁଣ୍ଡୁ
ରାଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here