କଂଗ୍ରେସ ବିଧାୟକ ଦଳରୁ ଶଗରିଆ ଆଉଟ ପରେବି ନରସିଂହଙ୍କ ବିରୋଧୀ ଦଳ ନେତା ପଦ ବଜାୟ ରହିଲା

0
451

ଭୂବନେଶ୍ଵର : ସଗରିଆଙ୍କ ବିଧାୟକ ପଦରୁ ଇସ୍ତଫା ପରୃ ର।ଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା ସଗରିଆଙ୍କ ଇସ୍ତଫା ପରେ ନରସିଂହ ମିଶ୍ର ତ।ଙ୍କର ବିରୋଧୀ ଦଳ ନେତା ପଦ ହର।ଇ ବସିବେ ହେଲେ ସମତାକ୍ରାନ୍ତି ବିଧାୟକ ଦଳ କଂଗ୍ରେସ ବିଧାୟକ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଲା | ଏଥିନେଇ ବିଧାନସଭା ପକ୍ଷରୁ  ବିଜ୍ଞପ୍ତି ଜାରି ହୋଇଛି | ସମତାକ୍ରାନ୍ତିର ଏକମାତ୍ର ବିଧାୟକ ଜର୍ଜ ତ୍ରିକୀ କଂଗ୍ରେସର ବିଧାୟକ ଭାବେ ପରିଗଣିତ ହେଲେ |  ଫଳରେ କଂଗ୍ରେସ ଦଳ ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ବଜାୟ ରହିଲା | ଶଗରିଆଙ୍କ ଇସ୍ତଫା ପରେ କଂଗ୍ରେସ ର ବିଧାୟକ ସଂଖ୍ୟା ୧୪କୁ ହ୍ରାସ ପାଇଥିଲାବେଳେ ଜର୍ଜଙ୍କ ଯୋଗଦାନ ଦ୍ଵାରା ସଂଖ୍ୟା ୧୫ରେ ପହଁଚିଲା | ୧୪୭ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇବା ପାଇଁ ୧୫ ଜଣ ବିଧାୟକ ଆବଶ୍ୟକ | ଜର୍ଜ ପୂର୍ବରୁ କଂଗ୍ରେସରେ ମିଶି ସାରିଥିଲେ | କଂଗ୍ରେସ ବିଧାୟକ ଦଳରେ ନମିଶିବା ପାଇଁ ଗତ ୨ ତାରିଖରେ ବାଚସ୍ପତିଙ୍କୁ ଲିଖିତ ଭାବେ ଜଣାଇଥିଲେ | ସେ ଆଜି ମଧ୍ୟ ବିଧାନସଭାକୁ ଆସି ବାଚସ୍ପତିଙ୍କୁ ଭେଟି ଅବଗତ କରିଥିବ। ସୂୂଚନ। ମିଳିଛି ।

 

LEAVE A REPLY

Please enter your comment!
Please enter your name here