ଭୋଗରାଇରେ କାଳୀପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଗିରଫ

0
16

ବାଲେଶ୍ୱର: କାଳୀପୂଜାକୁ ନେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିଧିବଣି ଗ୍ରାମରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଆଜି ସକାଳେ ସ୍ଥାନୀୟ ନିଧିବଣି ଗ୍ରାମରେ କାଳୀପୂଜା ପାଳନ କରାଯାଉଥିଲା । ସେହି ସମୟରେ ଗୋଟିଏ ଗୋଷ୍ଠୀ କୌଣସି କାରଣରୁ ଏହାକୁ ବିରୋଧ କରିଥିଲେ ।

ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏପରି କି ସେମାନେ ହାତାହାତି ମଧ୍ୟ ହୋଇଥିଲେ । ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ୭ ଜଣଙ୍କୁ ଗିରଫ କରିବା ସହ ପରିସ୍ଥିତି ଉପରେ ନଜର ରଖିଛି

LEAVE A REPLY

Please enter your comment!
Please enter your name here