କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ

0
19

ଭଦ୍ରକ:ଭଦ୍ରକ ଜିଲାବାସୀଙ୍କ ଇଷ୍ଟଦେବୀ ମା ଭଦ୍ରକାଳୀଙ୍କ ମଙ୍ଗଳବାରଠାରୁ ସପ୍ତମାତୃକା ବେଶ ଆରମ୍ଭ ହୋଇଛି। କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ମା’ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି ମା ଭଦ୍ରକାଳୀ। ଏଥିପାଇଁ ମାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି କ୍ଷ ଏହି ବେଶରେ ମା ଙ୍କୁ ଦର୍ଶନ କଲେ ଭକ୍ତଙ୍କ ଜ୍ଞାନ ଚକ୍ଷୁ ଉଦୟ ହୁଏ ଓ ଦିଗ୍ବିଜୟୀ ହୁଅନ୍ତି ବୋଲି ପୌରାଣିକ ମତରହିଛି । ଆଜି ମା’ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବା ବେଳେ ସାତଦିନ ଧରି ମାଆଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ। ମା’ଙ୍କର ଏହି ଭିନ୍ନ ଭିନ୍ନ ବେଶ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here