ପୁଣି ଖୋଲିଛି କେରଳ ସବରିମାଳାର ସ୍ୱାମୀ ଆୟାପ୍ପାଙ୍କ ମନ୍ଦିର

0
21

ଥିରୁଅନନ୍ତପୁରମ୍: ପୁଣି ଖୋଲିଛି କେରଳ ସବରିମାଳାର ସ୍ୱାମୀ ଆୟାପ୍ପାଙ୍କ ମନ୍ଦିର। ମନ୍ଦିର ଖୋଲିବା ପରେ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବ ପରି ଉତ୍ତେଜନା, ବିକ୍ଷୋଭ ଦେଖିବାକୁ ମିଳି ନଥିଲେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। କାଁ ଭାଁ ଘଟଣାକୁ ବାଦ୍‌ ଦେଲେ ସେପରି କିଛି ଅପ୍ରିତିକର ପରିସ୍ଥିତି ଘଟଣା ଦେଖିବାକୁ ମିଳିନାହିଁ। ରିପୋର୍ଟ ଅନୁସାରେ ଏକ ନ୍ୟୁଜ୍‌ ଚ୍ୟାନେଲର କ୍ୟାମେରା ମ୍ୟାନ୍‌ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମେରା ମ୍ୟାନ ଜଣଙ୍କ ମନ୍ଦିର ନିକଟକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କିଛି ବିକ୍ଷୋଭକାରୀ ତାଙ୍କୁ ମାଡ଼ ମାରିବା ସହ ଧମକଚମକ ଦେଇଥିବା ଜଣାପଡ଼ିଛି।ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ କରି ମନ୍ଦିର ପାଖରେ ଗତମାସ ବିକ୍ଷୋଭ ହୋଇଥିବାରୁ, ଏଥର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପ୍ରବେଶ ରାସ୍ତାରେ ୫୦ ବର୍ଷରୁ ଅଧିକ ବୟସର ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମୁତୟନ କରାଯାଇଛି।ପାହାଡ଼ ତଳେ ନିଲାକଲରୁ ମନ୍ଦିର ଯାଏ ୨୩ ଶହ ପୁଲିସ୍‌ ଓ ୨୦ କମାଣ୍ଡୋ ବାହିନୀ ମୁତୟନ କରାଯାଇଛି। ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି। ପାରମ୍ପରିକ ରୀତିନୀତି ପରେ ଗତକାଲି ସନ୍ଧ୍ୟା ୫ଟାରେ ମନ୍ଦିରର ଦ୍ୱାର ଫିଟାଯାଇଥିଲା।

 

LEAVE A REPLY

Please enter your comment!
Please enter your name here