ସଚିବାଳୟକୁ ବସରେ ଆସିଲେ ନବୀନ

0
359

ଭୁବନେଶ୍ୱର: ପ୍ରଥମ ଥର ପ।ଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସରେ ଯ।ତ୍ର। କରିଛନ୍ତି । ତହ। ପୁଣି ସଚିବାଳୟକୁ ଆଜି ‘ମୋ ବସ’ ସେବାର ଉଦଘାଟନ କରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛକରୁ ସେହି ବସରେ ଚଢି ସଚିବାଳୟ ଆସିଥିଲେ । ଆଗକୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ।କୁ ଥିବାହକି ବିଶ୍ୱ କପ ପୂର୍ବରୁ ଲୋକଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ମୋ ବସ ସେବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୋ ବସ ସେବାରେ ଲାଗିଥିବା ସିସି କ୍ୟାମେରା ଦ୍ୱାରା ମହିଳାମାନେ ଅଧିକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହି ବସଗୁଡ଼ିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ । ମୋଟ ୨୦୦ଟି ବସ ଯାତ୍ରା କରିବା ନେଇ ଯୋଜନା କରାଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୯ଟି ରୁଟରେ ୧୦୦ଟି ବସ ଚଳାଚଳ କରିବ । ପ୍ରତି ୧୦ ମିନିଟରେ ଏହି ବସ ଯାତ୍ରା କରିବ । ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ । ଏହ। ଦ୍ଵାରା ର।ଜଧ।ନୀ ବ।ସୀ ବିଶେଷ ମ।ତ୍ର।ରେ ଉପକୃତ ହେବେ ।

 

LEAVE A REPLY

Please enter your comment!
Please enter your name here