ଆଜିଠୁ ଭୁବନେଶ୍ବରରେ ମୋ ବସ୍ ସେବା

0
96

ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରେ ଶୁଭାରମ୍ଭ ହେ।ଇଛି ମୋ ବସ୍ ସେବା । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଗଡିବ । ୯ଟି ରୁଟରେ ଚାଲିବ ସିଟି ବସ୍ । ଏହି ବସରେ ଜିପିଏସ୍, ୱାଇଫାଇ ଓ ସିସଟିଭି କ୍ୟାମେରା ଲାଗିଛି । ବିଶେଷକରି ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଛି । ବସରେ ପବ୍ଲିକ୍ ଆଡ୍ରେସ ସିଷ୍ଟମ ଅର୍ଥାତ୍ କିଛି ସିଟ୍ ବ୍ୟବଧାନରେ ଏକ ସ୍ପିକର ମେସିନ୍ ରଖାଯାଇଛି । ଏଥିରେ ଯାତ୍ରୀମାନେ କହିଲେ କଣ୍ଡକ୍ଟର ଓ ବସ୍ ଚାଳକଙ୍କୁ ଏହା ଜୋରରେ ଶୁଣାଯିବ । ଯାତ୍ରୀମାନେ ଯେଉଁଠି ଓହ୍ଲାଇବାକୁ ଚାହିଁଲେ ଏହାକୁ ବ୍ୟବହାର କରିପାରିବେ । ମୋଟ୍ ୩ଟି ପର୍ଯ୍ୟାୟରେ ରାଜଧାନୀରେ ୩ଶହ ବସ୍ ଚାଲିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣ ୧୧ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ଏହାର ଉଦଘାଟନ କରି ଛନ୍ତି । ସମ୍ପୂର୍ଣ୍ଣ ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ ।

 

LEAVE A REPLY

Please enter your comment!
Please enter your name here