କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ବଡ଼ ସଫଳତା

0
491
Bengaluru: JD(S) Leader H D Kumaraswamy with Congress leader D K Shivakumar show victory sign to celebrate after chief minister BS Yediyurappa announced his resignation before the floor test, at Vidhana Soudha, in Bengaluru, on Saturday. Supreme Court had ordered Karnataka BJP Government to prove their majority in a floor test at the Assembly .(PTI Photo/Shailendra Bhojak) (PTI5_19_2018_000112B)

ବେଙ୍ଗାଲୁର: କର୍ଣ୍ଣାଟକର ୩ ଲୋକସଭା ଓ ୨ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଧୂଳି ଚାଟିବାକୁ ପଡ଼ିଛି। ୩ଟି ଲୋକସଭା ଆସନ ମଧ୍ୟରୁ ରାଜ୍ୟରେ ଶାସନାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ପ୍ରାର୍ଥୀ ୨ଟିରେ ବାଜିମାତ୍‌ କରିଥିବା ବେଳେ ବିଜେପି ମାତ୍ର ଗୋଟିଏରେ ବିଜୟୀ ହୋଇଛି। କିନ୍ତୁ ୨ଟି ବିଧାନସଭା ଆସନରେ ବିଜେପି ଖାତା ଖୋଲି ପାରିନାହିଁ। ଫଳରେ ଗତ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ବହୁ ବାଦବିବାଦ ପରେ ମଧ୍ୟ ଅଢ଼େଇ ଦିନର ସରକାର ଗଢ଼ିଥିବା ବିଜେପିର ଭାଉ ଏବେ କମି ଯାଇଛି। ବଡ଼ ବଡ଼ କଥା କହି ବାହାସ୍ଫୋଟ ମାରୁଥିବା ବିଜେପି ସଭାପତି ୟେଦୁରପ୍ପା ଓ ଦିଲ୍ଲୀରେ ବସି ଗୋଟିଚାଳନା କରୁଥିବା ଦଳୀୟ ହାଇକମାଣ୍ଡଙ୍କୁ ମଧ୍ୟ ଏହି ଫଳାଫଳ ଏକ ବଡ଼ ଝଟ୍‌କା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ରାମନଗର ବିଧାନସଭା ଆସନ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପତ୍ନୀ ଅନିତା କୁମାରସ୍ୱାମୀ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛି। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ବୀଙ୍କୁ ସେ ୧ ଲକ୍ଷ ୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।ସେହିପରି ବଲାରି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭିଏସ ଉଗ୍ରପ୍ପା ୨ଲକ୍ଷ ୨୫ ହଜାର ଭୋଟ୍‌ରେ ବିଜୟୀ ହୋଇଥିବା ଜଣାଯାଇଛି। ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଶିବରାମ ଗୌଡ଼ ବଜୟୀ ହୋଇଛନ୍ତିି। ସିମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ‌ୟେଦୁରପ୍ପାଙ୍କ ପୁଅ ବିଏସ ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here