ଦୀପାବଳିରେ ଅଲୋଡ଼। ହେଉଛି ମ।ଟିଦୀପ

0
20
ଭୁବନେଶ୍ୱର: ବୁଧବାର ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଦୀପ ଜାଳି ଲୋକେ ଉତ୍ସବ ମନାଇବେ । ହେଲେ ଯେଉଁମାନେ ଏହି ଦୀପ ତିଆରି କରୁଛନ୍ତି ସେମାନଙ୍କ ଦୁଖଃ, ଦୁର୍ଦ୍ଦଶା ବୁଝିବାକୁ କେହି ନାହାନ୍ତି । ଦୀପ ପରି ଜଳି ଯାଉଛି ସେମାନଙ୍କ ଜୀବନ, ବାଧ୍ୟ ହୋଇ ସେମାନଙ୍କ ପିଲା କୌଳିକ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି । ବର୍ତ୍ତମାନର ଇଣ୍ଟନେଟ ଯୁଗ ତଥା ଚାକଚକ୍ୟ ଭରା ଦୁନିଆରେ ମାଟି ଦୀପର ଏତେଟା ଆଦର ନାହିଁ । ଆୟୁ ପରି ସତେକି ମାଟି ଦୀପ ଲିଭିଯାଇଛି! ପୂର୍ବରୁ ମାଟିପାତ୍ରର ବହୁଳ ବ୍ୟବହାର ହେଉଥିଲା । ଏବେ ତାହା ଧିରେ ଧିରେ କମିବାରେ ଲାଗିଛି । ଯାହାଫଳରେ ଏହି ମାଟିପାତ୍ର କାରିଗର କୁମ୍ଭାର ବା କୁମ୍ଭକାର ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । କିନ୍ତୁ କୌଳିକ ବୃତ୍ତିକୁ ଛାଡି ପାରିନଥିବା କିଛି କିଛି କୁମ୍ଭକାର ପରିବାର ଅଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଗ୍ରାମରେ । ଏହି ଗ୍ରାମରେ ଅର୍ଦ୍ଧାଧିକ ହେଉଛନ୍ତି କୁମ୍ଭକାର । ମାଟି ତିଆରି ସାମଗ୍ରୀ ବିକ୍ରି କରି ତାଙ୍କର ତେଲ ଲୁଣ ସଂସାର ପ୍ରତିପୋଷଣ କରିଥାନ୍ତି । ତେବେ ଷ୍ଟିଲ, କଂସାବାସନ, ମହମବତୀର ଚାହିଦା ବଢିବା ସହ ମାଟି ତିଆରି ସାମଗ୍ରୀର ଚାହିଦା କମିବାରେ ଲାଗିଛି । ଫଳରେ କୁମ୍ଭକାରମାନେ ହାତବାନ୍ଧି ବସିଛନ୍ତି । ଏହା ସେମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ମୁଖ୍ୟତଃ ଗ୍ରାମାଞ୍ଚଳ ଓ ସହରରେ ଦୀପାବଳି ଦିନ ଘରେ ଘରେ ମାଟି ଦୀପ ଜଳେ । ଏଥିପାଇଁ କୁମ୍ଭାକାରମାନେ ଆଶ୍ୱିନ ମାସରୁ ପ୍ରସ୍ତୁତ ହୋଇପଡନ୍ତି ଦୀପ ତିଆରି ପାଇଁ । ଦୀପ ତିଆରି ପାଇଁ ସ୍ୱତନ୍ତ୍ର ପ୍ରକାରର ମାଟି ସଂଗ୍ରହ କରାଯାଏ । ମାଟିରୁ ବାଲି, ଗୋଡ଼ି ଭଲ ଭାବରେ ସଫାକରାଯାଇ ପାଣିରେ ବତୁରାଯାଇଥାଏ । ମାଟି ବତୁରିଲା ପରେ ଚିକ୍କଣ କରାଯାଇ ମୁଣ୍ଡା ମୁଣ୍ଡା କରି ଚକ ଉପରେ ରଖାଯାଏ । ତାପରେ ଚକ ଘୁରାଇ କୌଶଳର ସହିତ ଦୀପ ତିଆରି କରାଯାଇଥାଏ । ମାଟି ଦୀପ ତିଆରି ହେଲା ପରେ ୧୨ଘଣ୍ଟା ଖରାରେ ଶୁଖାଯାଏ । ଶୁଖିଲା ଦୀପକୁ ୧୨ଘଣ୍ଟା ନିଆଁରେ ପୋଡ଼ାଯାଇଥାଏ । ନିଆଁରୁ ଦୀପକୁ କାଢ଼ି ବିକ୍ରି ପାଇଁ ଗାଁଗଣ୍ଡା, ହାଟବଜାରକୁ ନେଇଥାନ୍ତି କୁମ୍ଭକାର । ଦୀପ ପ୍ରସ୍ତୁତି ଏବଂ ବିକ୍ରି ପର୍ଯ୍ୟନ୍ତ କୁମ୍ଭାର ପରିବାରକୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ସେହି ଅନଯାୟୀ ପାରିଶ୍ରମିକ ମିଳି ନଥାଏ । କଳିଆକୁଣ୍ଡଲରେ ଯେଉଁ କେତେକ କୁମ୍ଭକାର ଅଛନ୍ତି ସେମାନେ ବହୁ ଦୁଖଃ କଷ୍ଟ ସହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ଦୀପାବଳୀ ଦିନ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ଲୋକେ ମାଟି ଦୀପ ଜାଳିଥାନ୍ତି । ସଂପ୍ରତି ମାଟିଦୀପ ପରିବର୍ତ୍ତେ ମହମବତିର ବହୁଳ ବ୍ୟବହାର କରାଯାଉଛି । ଫଳରେ କୁମ୍ଭକାରମାନେ ଅଲୋଡା ହୋଇଛନ୍ତି । ଏପରିୁ ସ୍ଥିତିରେ ‘ଯଦି ସରକାରୀ ପ୍ରୋସôାହନ ମିଳନ୍ତା ତାହାହେଲେ ଆମେ ଆମ କୌଳିକ ବୃତ୍ତିକୁ ବଞ୍ଚାଇବ ସହ ପିଲାମାନେ ମଧ୍ୟ ଏହାକୁ ଆଦରି ନିଅନ୍ତେ’ ବୋଲି ପୂର୍ଣ୍ଣଚନ୍ଦ୍ର ରଣା, ସୁଜନ ରଣା, ରୁଦ୍ର ରଣା, କୈଳାସ ରଣା, ଉମା ରଣା, ପଦ୍ମନ ରଣା, ବିନୋଦ ରଣା, ବିଶ୍ୱାମିତ୍ର ରଣା, ଚଉବନ ନାଏକ, ଜଗନ୍ନାଥ ନାଏକ, ଜୟକର ନାଏକ, ସୁଦର୍ଶନ ନାଏକ, ଆସ୍ତିକ ନାଏକ ପ୍ରମୁଖ କହିଛନ୍ତି ।

LEAVE A REPLY

Please enter your comment!
Please enter your name here