ଛତିଶଗଡ଼ରେ ୬୨ ମାଓବାଦୀ ସଶସ୍ତ୍ର ଆତ୍ମ ସମର୍ପଣ କଲେ

0
35

ରାୟପୁର:ଦନ୍ତେୱାଡ଼ାରେ ହୋଇଥିବା ମାଓବାଦୀ ଆକ୍ରମଣ ପରେ ଆଜି ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ନିକଟରେ ଆଜି ଅବୁଝମାଡ଼ରେ ୬୨ଜଣ ମାଓବାଦୀ ସାମାଜ ସହିତ ଯୋଡ଼ିହେବାକୁ କହି ଆତ୍ମସମର୍ପଣ କରିଛନ୍ତି ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ଛତିଶଗଡ଼ ନାରାୟଣପୁରରେ ୬୨ ଜଣ ମାଓବାଦୀ ଏସ୍‌ପିଙ୍କ ନିକଟରେ ଆତ୍ମସର୍ମଣ କରିଛନ୍ତି । ଏହା ସହିତ ୫୧ଟି ଦେଶୀ ବନ୍ଧୁକକୁ ମଧ୍ୟ ପୋଲିସ ପାଖରେ ଜମା କରିଛନ୍ତି । ନାରାୟଣପୁର ଜିଲ୍ଲାରେ ୬୨ ଜଣ ସଶସ୍ତ୍ର ମାଓବାଦୀ ଏସ୍‌ପି ଜିତେନ୍ଦ୍ର ଶୁକ୍ଳାଙ୍କ ନିକଟରେ ଆତ୍ମସର୍ମଣ କରିଛନ୍ତି । ଏହି ସମୟରେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ମଧ୍ୟ ଉପସ୍ଥିତ ଥଲେ । ଆତ୍ମସମର୍ପଣ ପରେ ନକ୍ସଲମାନେ କହିଛନ୍ତି ଯେ ଆମେ ଜୀବନର ଅମୂଲ୍ୟ ସମୟକୁ ହରାଇ ଦେଇଛୁ । ଏବେ ସମାଜର ମୁଖ୍ୟଧାରାରେ ସାମିଲ ହୋଇ କାମ କରିବାକୁ ଚାହୁଁଛୁ । ଅନ୍ୟପକ୍ଷରେ ବୀଜାପୁରରେ ଗଙ୍ଗାଲୁରରୁ ଅପହରଣ କରି ନେଇଥିବା ଦୁଇ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛି ଲାଲବାହିନୀ । ଅନ୍ୟ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଆୟତୁ ହେମଲା । ତାଙ୍କ ମୃତ ଦେହକୁ ଗାଁ ନିକଟରେ ଫୋପାଡ଼ି ଦେଇଚନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ମାଓବାଦୀ ଏକ ଚିଠି ଛାଡ଼ି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here