ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ

0
53

ଭୁବନେଶ୍ୱର:ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ଲୋୟର୍ ପିଏମ୍‌ଜିରେ ବିଶାଳ ସମାବେଶର ଡାକରା ଦେଇଛି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି।  ରାତିରେ ତମାଣ୍ଡୋରେ ରହିଛନ୍ତି ହଜ଼ାର ହଜାର ଚାଷୀ I କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ଠାରେ ପୁଲିସ୍‌ ଅଟକାଇଛି। ଆଇନ୍‌ ଶୃଙ୍ଖଳା ବାହାନାରେ ସହର ଭିତରକୁ ସେମାନଙ୍କୁ ଛଡ଼ା ଯାଉନାହିଁ।  ଟ୍ରାଫିକ୍ ଜାମ୍ ଓ ଆଇନ୍‌ ଶୃଙ୍ଖଳା ଆଳରେ ୨୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ ସହ ଚାଷୀଙ୍କୁ ଅଧା ରାସ୍ତାରେ ପୁଲିସ୍‌ ଅଟାକାଇଛି। ଅନ୍ୟପଟେ, ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ନେତା ସମର୍ଥନ ଜଣାଇଛନ୍ତି। ଗତକାଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋଭାଯାତ୍ରାରେ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପ୍ରତି ଦାୟିତ୍ୱ ରହିଥିବା କହିଥିଲେ। ଗତକାଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପାହାଳ ନିକଟରେ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here