ଚାଷୀଙ୍କ ଦାବି ନେଇ ଗଠନ ହେଲା ଅନ୍ତଃମନ୍ତ୍ରିସ୍ତରୀୟ କମିଟି

0
98

ଭୁବନେଶ୍ବର :ଚାଷୀଙ୍କ ଦାବି ନେଇ ଗଠନ ହେଲା ଅନ୍ତଃମନ୍ତ୍ରିସ୍ତରୀୟ କମିଟି, ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠିତ, କମିଟିର ସଦସ୍ୟ ଅଛନ୍ତି ଅର୍ଥମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷିମନ୍ତ୍ରୀ, ଖୁବ୍‌ଶୀଘ୍ର କମିଟି ଟର୍ମ ଅଫ୍ ରେଫରେନ୍ସ ଘୋଷଣା କରିବ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସୂଚନା  I ହି କମିଟି ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଟର୍ମ ଅଫ୍ ରେଫରେନ୍ସ ପ୍ରସ୍ତୁତ କରିବ। ଏହି ଟର୍ମ ଅଫ୍ ରେଫରେନ୍ସ ଅନୁଯାୟୀ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ସେମାନଙ୍କ ଦାବି ପୂରଣ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ସେହିପରି ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି। କୃଷି ବଜେଟ୍ ସହ କୃଷି କ୍ୟାବିନେଟ୍ ମଧ୍ୟ ଗଠନ କରାଯାଇଛି। ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ସରକାର ନିଜେ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏନେଇ ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here