ପ୍ରଥମ ଟି-୨୦ ଜିତିଲା ଭାରତ

0
27

କୋଲକାତା : ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତିବା ପରେ ଟି-୨୦ରେ ମଧ୍ୟ ଭାରତ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି । ରବିବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ୫ ୱି କେଟ୍ରେ ବିଜୟୀ ହୋଇଛି । ୧୧୦ ରନ୍ର ସାମାନ୍ୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୧୭.୫ ଓଭରରେ ୫ ୱି କେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ତରଫରୁ ଦିନେଶ କାର୍ତ୍ତିକ ସର୍ବଧିକ ୩୧ ରନ୍ କରିଥିବା ବେଳେ କୃଣାଳ ପାଣ୍ଡିଆ ୨୧, ମନିଷ ପାଣ୍ଡେ ୧୯ ଓ କେ ଏଏଲ ରାହୁଲ ୧୬ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ୱେଷ୍ଟ ଇଣ୍ଡିଜ୍ ତରଫରୁ ଥୋମାସ ଓ ବ୍ରା ଥ୍ୱେଟ୍ ୨ଟି ଲେଖାଏଁ ୱି କେଟ୍ ପାଇଥିଲେ । ଏହା ପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ୱେଷ୍ଟ ଇଣ୍ଡିଜ୍ ୮ ୱି କେଟ୍ ବିନିମୟରେ ୧୦୯ ରନ୍ କରିଥିଲା । ଦଳ ପକ୍ଷରୁ ଫାବିଆନ ଆଲେନ୍ ସର୍ବାଧିକ ୨୭ ରନ୍ କରିଥିଲେ । ଭାରତ ତରଫରୁ କୁଲଦୀପ ଯାଦବ ୩ଟି ୱି କେଟ୍ ପାଇଥିବା ବେଳେ ଉମେଶ ଯାଦବ, ଖଲିଲ୍ ଅହମ୍ମଦ, ଜସପ୍ରିତ୍ ବୁମରା ଓ ପାଣ୍ଡିଆ ଗୋଟିଏ ଲେଖାଏଁ ୱି କେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here